ସାମାନ୍ୟ କଥାକୁ ନେଇ ଶାଶୁକୁ ହତ୍ୟା କଲା ଜ୍ୱାଇଁ

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତ ଙ୍କ ରିପୋର୍ଟ)ସାମାନ୍ୟ କଥାକୁ ନେଇ ଶାଶୁକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ଜାଇଁ କମଳ ଜାନୀ ( ୩୫ ) କୁ ଆଜି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ କୋଡିଙ୍ଗା ଥାନା ଅନ୍ତର୍ଗତ ଛାଲିପିଟା ନିକଟସ୍ମ ଭିତେକଗୁଡା ଗ୍ରାମରେ ଶାଶୁ ହିରାଦେଇ ଜାନିଙ୍କ ଘରେ କମଳି ଘର ଜୁଇଁ ଭାବେ ସ୍ତ୍ରୀ ଉର୍ମିଲା ଜାନିଙ୍କ ସହ ରହିଆସୁଥିଲେ । ମଙ୍ଗଳବାର ଦିନ ରାତିରେ କମଳ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲାଙ୍କ ମଧ୍ୟରେ ସାମାନ୍ୟ କିଛି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଶାଶୁ ହିରାଦେଇ ସ୍ବାମୀ ଓ ସ୍ତ୍ରୀଙ୍କୁ ବୁଝାସୁଝା କରିବା ପରେ ଶୋଇପଡିଲେ । ରାତି ପ୍ରାୟ ୩ଟା ସମୟରେ ହଠାତ ଚିତ୍କାର ଶୁଣି ଉର୍ମିଲା ଯାଇ ଦେଖୁବା ବେଳକୁ କମଳ ହିରାଦେଇ ମୁଣ୍ଡରେ ଟାଙ୍ଗିଆରେ ପ୍ରହାର କରି ରକ୍ତାକ୍ତ କରିଥିଲେ । ସଙ୍ଗେ ସଙ୍ଗେ ହିରାଦେଇଙ୍କୁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା , ଗୁରୁତର ଥିବା ହେତୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଥିବା ସମୟରେ ଗତକାଲି ଅପରାହ୍ନ ସାଢେ ୩ରେ ହିରାଦେଇଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଉର୍ମିଲା କୋଡିଙ୍ଗା ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଭିତ୍ତି କରି କୋଡିଙ୍ଗା ଥାନାରେ ୩୯ / ୨୦୨୧ ପ୍ରକାରେ ଏକ ମାମଲା ରୁଜୁ କରି ହତ୍ୟା ଅଭିଯୋଗରେ କମଳ ଜାନିଙ୍କୁ ଗିରଫ କରି ଆଜି କୋଡିଙ୍ଗା ପୋଲିସ କୋର୍ଟ ଚାଲାଣ କରିଥିବା କୋଡିଙ୍ଗା ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons