ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ): ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡା ଗାଁରେ ଘଟିଛି ଏହି ଅମାନବୀୟ ଘଟଣା । ଚାରିଜଣ ମଦ୍ୟପଙ୍କ ମାଡ଼ରେ ପ୍ରାଣ ହରାଇଛନ୍ତି ଗାଁର ଥବୀର ଜାନି(୩୫) । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି, ଜଣେ ଫେରାର୍ ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୟନ୍ତ ହରିଜନ, ରୋହିତ ହରିଜନ ଓ ପଡାଲଗୁଡା ଗାଁର ଆବୁ ସଲମାନ ନାଗ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଏବଂ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଗାଁ ଲୋକେ ଶବ ରଖି ନବରଙ୍ଗପୁର-ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୁଲିସର ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତାରୋକ ।
ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ ଟା ବେଳେ ନବରଙ୍ଗପୁର ସହରର ୪ ଜଣ ଯୁବକ ନରିସିଂହଗୁଡା ଗାଁରେ ମଦ୍ୟପାନ କରୁଥିଲେ । ଥବୀର ବି ସେଠାକୁ ମଦ ପିଇବାକୁ ଯାଇଥିଲେ । ସମସ୍ତେ ମାତାଲ ଅବସ୍ଥାରେ ଥିଲେ । ବାଟ ଛାଡିବାକୁ ଉକ୍ତ ଯୁବକମାନେ ଥବୀରଙ୍କୁ କହିଥିଲେ । କିନ୍ତୁ ଥବୀର କୁଆଡେ ରାସ୍ତା ଛାଡିନଥିଲେ । ମଦ ନିଶାରେ ଉକ୍ତ ଯୁବକମାନେ ଥବୀରଙ୍କୁ ମାରପିଟ୍ କରିଥିଲେ । ଏଥିରେ ଥବୀର ଗୁରୁତର ହୋଇପଡିଥିଲେ । ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ ଧରିବାକୁ ଗୋଡାଇଥିଲେ । ଟେକାପଥର ମାରି ୪ ଜଣଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପୁଲିସ୍ ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ଥବୀରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ତାଙ୍କ ମୃତୁ୍ୟ ହୋଇଥିଲା ।
ଘଟଣା ସଂପର୍କରେ ଥବୀରଙ୍କ ଶଳା ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ । ପୁଲିସ୍ ହତ୍ୟା ମାମଲା ରୁଜୁ କରି ଉକ୍ତ ୪ ଜଣ ଯୁବକଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର୍ ଥିବା ଥାନା ଅଧିକାରୀ ପ୍ରମୋଦ ନାୟକ କହିଛନ୍ତି । ଅନ୍ୟପକ୍ଷରେ ବୁଧବାର ଥବୀରଙ୍କ ଶବ ଆସିବା ପରେ ପରିବାର ଓ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ନବରଙ୍ଗପୁର ଏସ୍ଡିପିଓ ଦୀନେଶ ଚନ୍ଦ୍ର ନାୟକ, ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକ, ନନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ହିମାଂଶୁ ନାୟକ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଥବୀରଙ୍କ ମୃତୁ୍ୟକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons