ସାମିଲ ହୋଇପାରନ୍ତି ୨୭ ନୂଆ ମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଉପରେ ସର୍ବଦଳୀୟ ବୈଠକ ଶେଷ ହେବା ପରେ ଏବେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ନେଇ ଚର୍ଚ୍ଚା ପୁଣିଥରେ ଜୋର୍ ଧରିଛି । କୁହାଯାଉଛି କି ସମ୍ପ୍ରସାରଣ ବେଳେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ୨୭ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି । ନୂଆ ମନ୍ତ୍ରୀ କିଏ ହେବେ ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।
ନୂଆ ମନ୍ତ୍ରୀ ଭାବେ ମୋଦିଙ୍କ କ୍ୟାବିନେଟ ପାଇଁ ଚର୍ଚ୍ଚା ହେଉଥିବା ନେତାଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ବିଜେପିକୁ ଆସିଥିବା ମଧ୍ୟପ୍ରଦେଶର ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ବିଜେପି ସାଙ୍ଗଠନିକ ନେତା ରାଜସ୍ଥାନର ଭୁପେନ୍ଦ୍ର ଯାଦବ, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ମଧ୍ୟପ୍ରଦେଶର କୈଳାସ ବିଜୟବର୍ଗିୟ, ବିଜେପି ମୁଖପାତ୍ର ତଥା ସଂଖ୍ୟାଲଘୁ ନେତା ସୟେଦ ଜାଫର ଇସ୍ଲାମ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଓ ମହାରାଷ୍ଟ୍ରର ବିଦ୍ ସାଂସଦ ପ୍ରିତମ ମୁଣ୍ଡେ । ସେହିଭଳି ବିଜେପିର ୟୁପି ଶାଖା ସଭାପତି ସ୍ୱତନ୍ତ୍ର ଦେବ ସିଂହ, ମହାରାଜଗଞ୍ଜ ସାଂସଦ ପଙ୍କଜ ଚୌଧୁରୀ, ପିଲିଭିତ ସାଂସଦ ବରୁଣ ଗାନ୍ଧୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି ।
ରାଜ୍ୟସଭା ସଂସଦ ଅନୀଲ ଜୈନ, ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ରେଳମନ୍ତ୍ରୀ ପଶ୍ଚିମବଙ୍ଗର ଦିନେଶ ତ୍ରିବେଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ପି ଚୌଧୁରୀ, ରାଜସ୍ଥାନ (ଚୁରୁ)ର ସର୍ବକନିÂ ସାଂସଦ ରାହୁଲ କସୱାନ, ଶିକର ସାଂସଦ ସୁମେଧାନନ୍ଦ ସରସ୍ୱତୀ, ନୂଆଦିଲ୍ଲୀ ସାଂସଦ ମିନାକ୍ଷୀ ଲେଖି, ଏଲ୍ଜେପି ସାଂସଦ ପଶୁପତି ପାରସ୍, ଜେଡିୟୁ ସେନା ଆରସିପି ସିଂହ, ସନ୍ତୋଷ କୁମାର, କର୍ଣ୍ଣାଟକର ରାଜ୍ୟସଭା ସାଂସଦ ରାଜୀବ ଚନ୍ଦ୍ରଶେଖର, ଗୁଜରାଟ ବିଜେପି ସଭାପତି ସିଆର ପାଟିଲ, ଅହମ୍ମଦାବାଦ-ପଶ୍ଚିମ ସାଂସଦ କୀର୍ତ୍ତି ସୋଲାଙ୍କି, ହରିଆଣାର ପୂର୍ବତନ ସାଂସଦ ସୁନୀତା ଡୁଗଲ ଓ ଲଦାଖ ସାଂସଦ ଜାମୟଙ୍ଗ ସେରିଂ ନାଗଗ୍ୟାଲଙ୍କୁ ମଧ୍ୟ ମୋଦି କ୍ୟାବିନେଟରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।
ରାମବିଳାସ ପାଶ୍ୱାନ ଓ ସୁରେଶ ଅଙ୍ଗାଡିଙ୍କ ଅକାଳ ମୃତୁ୍ୟ ଏବଂ ଶିବସେନା ଓ ଅକାଳୀ ଦଳ ଏନ୍ଡିଏ ଛାଡିବା ପରେ କେନ୍ଦ୍ର କ୍ୟାବିନେଟରେ ଅନେକ ପଦ ଖାଲି ପଡିଛି । ଅନେକ ମନ୍ତ୍ରୀଙ୍କୁ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଆଗକୁ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟରେ ସେସବୁ ରାଜ୍ୟର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି । ୨୦୧୯ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବା ପରେ ଏହା ହେବ ତାଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons