ସାମ୍ନାକୁ ଆସିଲା ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ

Get real time updates directly on you device, subscribe now.

କଟକ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ କଟକ ନିଆଯିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ କଏଦ ହୋଇଛି।
ଅଖାରେ ମୃତଦେହ ଭର୍ତ୍ତି କରାଯାଇ ବାଇକରେ ନେବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ନିହାରିକା ମୃତ୍ୟୁ ନେଇ ପୁଲିସ୍‌ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିହାରିକାଙ୍କ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାଙ୍କ ମା’ ଖଣ୍ଡନ କରିଛନ୍ତି। ‘ଏହି ଘଟଣା ପଛରେ ମୋ ପୁଅର ହାତ ନାହିଁ। ଅନ୍ୟ କେହି ହତ୍ୟା କରି ମୋ ପୁଅ ମୁଣ୍ଡରେ ଅଠା ବୋଳିଛି। ପୁଅ ନିହାରିକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ରହିଛି ମୁଁ କହିପାରିବିନି’ ବୋଲି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons