ଚନ୍ଦନେଶ୍ୱର: ସାମ୍ବାଦିକମାନେ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି । ଏ ବାବଦରେ କାର୍ଯ୍ୟାନୁÂାନ ନହେବାରୁ ଭୋଗରାଇର ସାମ୍ବାଦିକମାନେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହୋଇଛନ୍ତି । ଏଥିପାଇଁ ୩ ଦଫା ଦାବି ସମ୍ବଳିତ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି । ଅବିଳମ୍ବେ କାର୍ଯ୍ୟାନୁÂାନ ନ ହେଲେ ସଙ୍ଘ ଏକ ବୃହତ ଆନେ୍ଦାଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।
ନିକଟ ଅତୀତରେ କେନ୍ଦ୍ରାପଡ଼ା ଜିଲ୍ଲାର କାର୍ଯ୍ୟରତ ଜନୈକ ସାମ୍ବାଦିକଙ୍କୁ ମହିଳା କନଷ୍ଟେବଳ ଆକ୍ରମଣ କରିଥିଲେ । ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଏହାକୁ ଭୋଗରାଇ ସାମ୍ବାଦିକ ଦୃଢ ନିନ୍ଦା କରିବା ସହିତ ତୁରନ୍ତ କାର୍ଯ୍ୟାନୁÂାନ ଦାବି କରିଛି । ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁ କରିବା ସହିତ ଆକ୍ରମଣକାରୀ ମହିଳା କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ ଏବଂ ସାମ୍ବାଦିକଙ୍କୁ ଚିହ୍ନଟ ସହିତ ଭତ୍ତା ପ୍ରଦାନ ଦାବି କରାଯାଇଛି । ସାମ୍ବାଦିକ ସଙ୍ଘର ସଭାପତି ପ୍ରଦୀପ ଦାସ, ସମ୍ପାଦକ ବିକାଶ ପାଣିଗ୍ରାହୀ, ଉପସଭାପତି ସୁବାସ ଦାସ, କୋଷାଧ୍ୟକ୍ଷ ରାଧାକାନ୍ତ ପ୍ରଧାନ, ଗଣେଶ ବେହେରା, ଅନନ୍ତ କୁମାର ପ୍ରଧାନ, ସ୍ୱରିତ ସପନ ପଣ୍ଡା, ସୁରେଶ ମହାନ୍ତି, ଅଜିତ ଦାସ, ନିମାଇଁ ଚରଣ ପାତ୍ର, ପ୍ରଦୀପ ମହାନ୍ତି, ସୁଶାନ୍ତ ମଣ୍ଡଳ, ଶମ୍ଭୁନାଥ ଦାସଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.