ବଲାଙ୍ଗୀର,(ବି.ବି.ବୁ୍ୟରୋ): ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କରୋନା ସକ୍ରମଣରେ ମୃତୁ୍ୟବରଣ କରିଥିବା ଦୁଇ ଜଣ କରୋନା ଯୋଦ୍ଧା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ.ସିଏଚ୍. ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ଶୋକସଭା କରାଯାଇଥିଲା । ଦୁଇ କରୋନା ଯୋଦ୍ଧାଙ୍କ ପାଇଁ ଦୁଇ ମନିଟ୍ ନୀରବ ପ୍ରାର୍ଧନା କରାଯାଇଥିଲା । ଉପସ୍ଥିତ ସାମ୍ବାଦିକମାନେ ନିଜ ଶ୍ରାଦ୍ଧାଞ୍ଜଳି ଅର୍ପଣ ସହ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ତୁରନ୍ତ ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ । ଏହା ସହ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ମୃତୁ୍ୟବରଣ ପରେ ସେମାନଙ୍କ ପ୍ରତି ଉଚିତ ସମ୍ମାନ ଦିଆଯାଇ ନଥିବା ଯୋଗୁଁ ସମେବତ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । କରୋନାରେ ମୃତୁ୍ୟବରଣ କରୁଥିବା ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଜ ପକ୍ଷରୁ ଘୋଣୋ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କଥା ରକ୍ଷା କରିବା ଦିଗରେ କୌଣସି ମନ୍ତବ୍ୟ ବି ପ୍ରଦାନ କରି ନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାମ୍ବାଦିକମାନେ ମତ ରଖିଥିଲେ । ସଂଘର ବରିÂ ସାମ୍ବାଦିକ ଉପଦେଷ୍ଟା ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ସଭାପତି ହରିନାରାୟଣ ପୂଜାରୀ, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସୁଧୀର ମିଶ୍ର ମଞ୍ଚାସୀନ ଥିଲେ । ଏବଂ ବରିÂ ସାମ୍ବାଦିକମାନେ ହେଲେ ନବୀନ ପସାୟତ , ଦୀପକ ପୁରହିତ, ଗୁପ୍ତେଶ୍ୱର ପୃଷ୍ଟି, ଘଣ୍ଟେଶ୍ୱର ମିଶ୍ର, ଦେବୀ ମିଶ୍ର , ମୁକେଶ ବେହେରା , ସଚିତ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.