ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଟାର୍ଗେଟ କଲେ ଚିଦାମ୍ବରମ

Get real time updates directly on you device, subscribe now.

ନୂଆଜିଲ୍ଲୀ : ଜେଲରୁ ଜାମିନରେ ମୁକୁଳିବା ପରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଗୁରୁବାର ସଂସଦରେ ଯୋଗଦେଇଛନ୍ତି । ଏହି ଅବସରରେ ସଂସଦ ଭବନ ପରିସରରେ ଅହେତୁକ ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭରେ ଚିଦାମ୍ବରମ ଯୋଗଦେଇଥିବା ବେଳେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ଦେଶର ଦେବାଳିଆ ଆର୍ଥିକ ଅବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପିକୁ ‘ଆଛେ ଦିନ’ ପରିକଳ୍ପନା ନେଇ ପ୍ରଶ୍ନ କରିଛନ୍ତି।
ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ତାଙ୍କ ବିରୋଧରେ କୋର୍ଟରେ ଲମ୍ବିତ ମାମଲାରେ କୌଣସି ପ୍ରସଙ୍ଗ ଆଲୋଚନା କରିବେ ନାହିଁ ବୋଲି କହିଥିଲେ। ତେବେ ଦେଶର ଅର୍ଥ ବ୍ୟବସ୍ଥା ଏବେ ମାଟି ସାଉଁଟୁଥିବାର କହିଥିଲେ ପିସି। ଦେଶର ଜିଡିପି ଏବେ ୫ ପ୍ରତିଶତରେ ପହଞ୍ଚିଥିବା ସରକାର କହୁଛନ୍ତି । ତେବେ ତାହା ବାସ୍ତବ ଜିଡିପି ନୁହେଁ ବୋଲି ଚିଦାମ୍ବରମ କହିଥିବା ବେଳେ ଦେଶର ଜିଡିପି ହାର ଏବେ ୧.୫ ପ୍ରତିଶତରେ ପହଞ୍ଚିଛି।
ମୁଦ୍ରାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିରବତା ଅବଲମ୍ବନ କରୁଥିବା ବେଳେ ପ୍ରସଙ୍ଗରେ ତାଙ୍କ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇ ରଖିଛନ୍ତି। ସେହିପରି ତାଙ୍କ ନିଜ ପରିସ୍ଥିତି ଅପେକ୍ଷା କାଶ୍ମୀରବାସୀଙ୍କୁ ନେଇ ସେ ଅଧିକ ଚିନ୍ତିତ ଥିବା ସାମ୍ବାଦିକଙ୍କୁ କହିଥିଲେ। ମୋତେ ଯେତେବେଳେ ଘରୁ ଗିରଫ କରାଗଲା ମୁଁ ସେତେବେଳେ କାଶ୍ମୀରବାସୀଙ୍କ କଥା ଭାବୁଥିଲି ବୋଲିକହିଥିଲେ। ଲୋକେ ବିଜେପି ସରକାରରେ ଭୟଭୀତ ଅବସ୍ଥାରେ ଥିବା କହିଥିଲେ ଚିଦାମ୍ବରମ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons