ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ଜଣାଇଲେ ମେଲଡି ମାଲିକ ଓ କଳାକାରମାନେ

Get real time updates directly on you device, subscribe now.

ଭଦ୍ରକ: କରୋନା ମହାମାରୀ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ସବୁ ବର୍ଗର ଲୋକଙ୍କ ଦୁଃଖ ବୁଝିଲେ ସରକାର। ଏବେ ମେଲୋଡି ମାଲିକ ଓ କଳାକାରଙ୍କ ଦୁଖ ବୁଝନ୍ତୁ। ଏମିତି ଦାବି ନେଇ ମେଲୋଡି ମାଲିକ ଓ କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରିଛନ୍ତି। ଭଦ୍ରକ ସହରର ଏକ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ମେଲୋଡି, ମ୍ୟୁଜିକାଲସ୍‌ ଓ କଳାକାର ମାନେ ସାମିଲ ହୋଇଥିଲେ।
ତେବେ କରୋନା ମହାମାରୀ ପାଇଁ ରାଜ୍ୟ ସରକାରଙ୍କ କଟକଣାକୁ ସ୍ଵାଗତ କରିଥିଲେ। କିନ୍ତୁ କଟକଣା ପାଇଁ ସେମାନେ ଦୀର୍ଘ ୮ ମାସ ହେବ କୌଣସି କାର୍ୟ୍ୟକ୍ରମ ଆୟୋଜିତ କରିପାରୁ ନାହାନ୍ତି । ଏଥିପାଇଁ ଜିଲ୍ଲାର ପ୍ରାୟ ୫୦ରୁ ଅଧିକ ମେଲୋଡି ଓ ମ୍ୟୁଜିକାଲସ୍ ଟିମ୍‌ର ମାଲିକ ଓ ପ୍ରାୟ ୧ ହଜାର କଳାକାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ବହୁ ଦିନଧରି ବ୍ୟବହାର ହୋଇ ନପାରିବାରୁ ଯନ୍ତ୍ରପାତି ମଧ୍ୟ ନଷ୍ଟ ହେଲାଣି । ଏବେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଆର୍ଥିକ ସହାୟତା ମଧ୍ୟ ଲୋଡିଛନ୍ତି । ତେବେ ବିଜ୍ଞାପନ ମାଧ୍ୟମରେ ସେମାନଙ୍କୁ ରୋଜଗାର ଯୋଗାଇବା ପାଇଁ ମଧ୍ୟ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons