
କରଞ୍ଜିଆ,(ବି.ବି.ନୁ୍ୟଜ): ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ମସୂରଭଞ୍ଜ ଜିଲ୍ଲା କରଞ୍ଜିଆର କନକ ନୁ୍ୟଜ୍ ପ୍ରତିନିଧି ଅସିତ କୁମାର ବେହେରା(୪୬)ଙ୍କ ଆଜି ବାରିପଦାଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । କିଛିଦିନ ତଳେ ତାଙ୍କ ମା’ଙ୍କ ଏକାଦଶାହରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଶୁକୃଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ପରୀକ୍ଷା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୧୮ ତାରିଖ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଗୁରୁତର ହେବାରୁ ବାରିପଦାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତୁ୍ୟ ହୋଇଛି । ସେ ଜଣେ ନିର୍ଭୀକ ସାମ୍ୱାଦିକ ଭାବେ ସ୍ଥାନୀୟ ଅଞ୍ଚଳରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ବିୟୋଗରେ ପାଞ୍ଚପୀଢ଼ ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି । ଠାକୁରମୁଣ୍ଡା ଡାକ ବଙ୍ଗଳା ପ୍ରାଙ୍ଗଣରେ ସାମ୍ୱାଦିକ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ ଚକ୍ରଧର ଦାସ, ଚିତ୍ତରଞ୍ଜନ ଜେନା, ଯୋଗେନ୍ଦ୍ର ପାତ୍ର, ପଦ୍ମଲୋଚନ ନନ୍ଦ, ମଧୁସୂଦନ ନନ୍ଦ, ବସନ୍ତ କୁମାର ପଇବର୍ତ୍ତୀ ପ୍ରମୁଖ ତାଙ୍କ ସ୍ମୃତିଚାରଣ କରିଥିଲେ । ଉକ୍ରଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ମୟୂରଭଞ୍ଜ ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଅରୁଣ ଓତା, ରାଇରଙ୍ଗପୁରର ବରିÂ ସାମ୍ୱାଦିକ ସୌରଭ ପ;ନାୟକ, ପାଞ୍ଚପୀଢ଼ ପ୍ରେସ୍ କ୍ଲବ ସଭାପତି ଧରଣୀଧର ପ୍ରଧାନ ଓ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ସୁରାଜ ସିଂ, କୃପାସିନ୍ଧୁ ମହାନ୍ତ, ସୁଦର୍ଶନ ବେହେରା, ସୁବ୍ରତ ମହାନ୍ତି, ମୋହନ କୁମାର ଭୂତ, ମନୋଜ ମହାନ୍ତି, ଦୀପ୍ତି ଦାସ, ଉମାଶଙ୍କର ଦାସ, ଠାକୁରମୁଣ୍ଡା ପ୍ରେସ କ୍ଳବ ସଭାପତି ଶରତ କୁମାର ତ୍ରିପାଠୀ, ଯଶିପୁର ପ୍ରେସ କ୍ଲବ ସଭାପତି ଜନାର୍ଦ୍ଧନ ମହାନ୍ତ, ସମ୍ପାଦକ ପଙ୍କଜ ମିଶ୍ର, ସହସମ୍ପାଦକ ଆଶିଷ ବେହୁରା, କୋଷାଧ୍ୟକ୍ଷ ଦିଲୀପ ସାହୁ, ଲଲାଟେନ୍ଦୁ ପାତ୍ର, ଦୟାନିଧି ବେହେରା, ସଞ୍ଜୟ ମହାନ୍ତ, ଶିରିଶ ମହାନ୍ତ, ପର୍ଶୁରାମ ନାଏକ, ସରୋଜ ମହାନ୍ତ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ ।
Comments are closed, but trackbacks and pingbacks are open.