କଟକ,(ବି.ବି.ନ୍ୟୁଜ୍): ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ନିର୍ଯାତନା ଦେବା ମାମଲାରେ ଜାମିନ୍ ଆବେଦନ କରି ସାରଥୀ ଓରଫ ସନ୍ତୋଷ ରାଉଳ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୧୭ ତାରିଖରେ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାରଥୀଙ୍କ ଆଶ୍ରମରେ ଅନ୍ତେବାସୀ ଭାବେ ପୀଡ଼ିତା ମହିଳା ଓ ତାଙ୍କ ଝିଅ ରହିଥିଲେ । ଏହାର ସୁଯୋଗ ନେଇ ସାରଥୀ ମହିଳାଙ୍କ ଝିଅକୁ ବଳାକ୍ରାର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ ଉକ୍ତ ମହିଳାଙ୍କ ସମସ୍ତ ସମ୍ପତ୍ତି ମଧ୍ୟ ସାରଥୀ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ସାରଥୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଇତିମଧ୍ୟରେ ସାରଥୀଙ୍କୁ ତାଙ୍କ ବିରୋଧରେ ରୁଜୁ ଅନ୍ୟ ମାମଲାରେ ଜାମିନ୍ ମିଳିସାରିଛି । ଏବେ ଏହି ଗୋଟିଏ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି ।
Comments are closed, but trackbacks and pingbacks are open.