ସାର ନ ମିଳିବାରୁ ଚାଷୀଙ୍କ ବିକ୍ଷୋଭ

Get real time updates directly on you device, subscribe now.

ସୋରଡ଼ା,(ବି.ବି.ନୁ୍ୟଜ୍): ଧାନ ରୁଆ ସରିଛି । ମାତ୍ର ଚାଷ କାର୍ଯ୍ୟ ଆଗେଇ ନେବାକୁ ସାର ମିଳୁନାହିଁ । ଏନେଇ ଧିରେ ଧିରେ ଅସନ୍ତୋଷ ବୃଦ୍ଧି ପାଇ ଆଜି ଉଗ୍ର ରୂପ ନେଇଥିଲା । ଚାଷୀମାନେ ସୋରଡ଼ା ବ୍ଲକ ସୁରମଣି ପଞ୍ଚାୟତ ସମବାୟ ସମିତି ଅଫିସ ଆଗରେ ଆଜି ସାର ଦାବିରେ ବିକ୍ଷୋଭ କରିଛନ୍ତି । ପ୍ରଶାସନିକ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଚାଷୀମାନଙ୍କ ପାଇଁ ସରକାର ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଋଣ ଠାରୁ ଆରମ୍ଭ କରି ବିହନ ସାର କୃଷି ଯନ୍ତ୍ରପାତି ଦେଉଛନ୍ତି । ଏପରିକି ଫସଲ ଅମଳ ପରେ ସୁଲଭ ଦରରେ କିଣି ନେଉଛନ୍ତି । କେତେକ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ସୁରମଣି ପଞ୍ଚାୟତରେ ସମବାୟ ସମିତି ଅଫିସ ଆଗରେ ଶତାଧିକ ମହିଳା ଓ ପୁରୁଷ ଚାଷୀ ଧାନ କ୍ଷେତରେ ପକାଇବ ପାଇଁ ସାର ନ ମିଳିବାରୁ ଧାରଣାରେ ବସିଛନ୍ତି । ବହୁ ପ୍ରବାସୀ ଓଡ଼ିଆ ଗ୍ରାମକୁ ଫେରି ଚାଷ କାମରେ ଲାଗିଛନ୍ତି । ଏହି ବର୍ଷ କମ ବର୍ଷା ହେଲେ ମଧ୍ୟ କ୍ଷେତରେ ଧାନ ରୋଇ ସାରିଲେଣି । ସାର ପକାଇଲେ ଭଲ ଫସଲ ଅମଳ ହେବ । ଏନେଇ ସରକାର ସୋସାଇଟି ମାଧ୍ୟମରେ ଠିକ ଦରରେ ସାର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ମାତ୍ର ସୁରମଣି ପଞ୍ଚାୟତରେ ସମବାୟ ସମିତି ଅଫିସରେ ସାର ମିଳୁନଥିବା ଚାଷୀ ବଙ୍ଗାଳି ନାୟକ, ଗାନ୍ଧୀ ପ୍ରଧାନ, ମହିଳା ଚାଷୀ ସରଜୁ ଅଭିଯୋଗ କରିଛନ୍ତି । ସୋସାଇଟି ସେକ୍ରେଟାରୀ ସୁଶାନ୍ତ ବିଶୋୟୀ ଆଜି କାଲି କହି ଫେରାଇ ଦେଉଛନ୍ତି । ଆଜି ସାର ଦେବାକୁ ଡାକିଥିବାରୁ ଶତାଧିକ ଚାଷୀ କାମ ବନ୍ଦ କରି ସାର ପାଇଁ ଆସିଥିଲେ । ଘଣ୍ଟା ଘଣ୍ଟା ଧରି ଜଗିବା ପରେ ମଧ୍ୟ ସେକ୍ରେଟାରୀଙ୍କ ଦେଖା ମିଳି ନ ଥିଲା । ଚାଷୀ ଭିଡ଼ ଜମାଇଥିବା ଖବର ପାଇ ସୋରଡା ପୁଲିସ ଏବଂ ତହସିଲଦାର ରବୀନ୍ଦ୍ର ମିଶ୍ର ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଲା । ତହସିଲଦାର, ବିଡିଓ ଥାନ ଅଧିକାରୀ, କୃଷି ଅଧିକାରୀ ଏବଂ ସେକ୍ରେଟାରୀଙ୍କୁ ନେଇ ଚାଷୀ କିପରି ତୁରନ୍ତ ସାର ପାଇବେ ଏନେଇ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons