ସାଲେପୁରରେ ମାତିଛନ୍ତି ଚୋରା ତାର ବେପାରୀ

Get real time updates directly on you device, subscribe now.

ସାଲେପୁର: ସାରା ବିଶ୍ୱରେ ଏବେ କୋରନା ଆତଙ୍କ ସୃଷ୍ଟି କରିଛି। ସେଥିପାଇଁ ଦେଶ ସହ ରାଜ୍ୟରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ଏହି ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ଚୋରମାନେ। କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାବେଳେ ଚୋରା ବ୍ୟବସାୟୀମାନେ ଏହାର ଫାଇଦା ନେଇ ଚୋରା ତାର କାରବାର ଚଳାଇଛନ୍ତି। ଚୋରା ବ୍ୟବସାୟୀମାନେ ଦିନକୁ ଦିନ କୋଟି ପତି ହେବାରେ ଲାଗିଛନ୍ତି।
ଏହି ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦିନକୁ ଦିନ ପଥର,ବାଲି ଚୋରା ଚାଲାଣ ହେଉଥିବା ବେଳେ ଟାଙ୍ଗୀ ପୋଲିସ ଏକ ଟାଟା ପିକଅପ ଭ୍ୟାନରେ ବିପୁଳ ପରିମାଣର ମୂଲ୍ୟବାନ ବିଦ୍ୟୁତ ତାର ଭଟିମୁଣ୍ଡାରୁ ଏକ ସିଲିଭର କମ୍ପାନୀ ଚାଲାଣ ହେଉଥିଲା। ଏହାକୁ ଡ୍ରିମ୍ସ ଫାଣ୍ଡି ନିକଟରେ ପୋଲିସ ଅଟକାଇ ଜବତ କରିଥିଲା।ଜବତ ଗାଡ଼ିରେ ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ ତାର ଥିବାର ପ୍ରମାଣ ପାଇବା ପରେ ଗାଡି ଟିକୁ ଥାନାକୁ ଆଣି ଡ୍ରାଇଭର ନବ କିଶୋର ଦେହୁରୀକୁ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons