ସାଲେପୁର ନାବାଳିକା ବଳାକ୍ରାର ଓ ହତ୍ୟା ମାମଲା:ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସାଲେପୁର ବ୍ଲକ୍ର ବହୁଚର୍ଚ୍ଚିତ ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୧)କୁ କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଚିଲ୍ଡ୍ରେନ୍ସ କୋର୍ଟର ପ୍ରିଜାଇଡିଂ ଅଫିସର ବନ୍ଦନା କର ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୬୩ (ଅପହରଣ), ୩୦୨(ହତ୍ୟା ), ୩୭୬(ଏ)(ବି)(୧୨ ବର୍ଷରୁ କମ୍ ବୟସର ଜଣେ ଝିଅକୁ ବଳାକ୍ରାର କରିବା) ଏବଂ ପୋସ୍କୋ ଆଇନର ଧାରା ୬(ନୃଶଂସ ଭାବରେ ବଳାକ୍ରାର)ରେ ଅଦାଲତ ଆସାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତାକାଲି ଏହି ମାମଲାରେ ଦଣ୍ଡାଦେଶ ପ୍ରକାଶ ପାଇବ ।
ସାଲେପୁର ବ୍ଲକ୍ର ଜଗନ୍ନାଥପୁର ଗ୍ରାମ ପାଇଁ ୨୦୧୮ ମସିହା ଏପ୍ରିଲ ୨୧ ତାରିଖ ଥିଲା ଅଭିଶପ୍ତ ଦିନ । ସେହିଦିନ ସଂଧ୍ୟା ୬ଟାରେ ଗାଁର ସବୁ ଲୋକ ନମାଜ ପଢିବା ପାଇଁ ଯାଇଥିଲାବେଳେ ଅଭିଯୁକ୍ତ ମୁସ୍ତାକ ଏହାର ସୁଯୋଗ ନେଇ ପଡେ଼ାଶୀ ଘରର ଜଣେ ୬ବର୍ଷର ଶିଶୁକୁ ଚକୋଲେଟ୍ ଦେବା ବାହାନାରେ ଡାକି ନେଇଯାଇଥିଲା । ଅନ୍ଧାରୁଆ ଏକ ସ୍ଥାନକୁ ନେଇଯାଇ ନାବାଳିକାକୁ ବଳାକ୍ରାର କରିଥିଲା । ପୀଡ଼ିତା ଚିକ୍ରାର କରିବାରୁ ତା’ ତଣ୍ଟିକୁ ଚିପି ଦେବା ସହ ପାଖରେ ଥିବା ଏକ କାନ୍ଥରେ ପିଟି ଦେଇଥିଲା । ପରେ ସେହି ସ୍ଥାନରୁ ଘରକୁ ଆସି ପରେ ଫେରାର ହୋଇଯାଇଥିଲା । ଘଟଣା ଜଣାପଡ଼ିବା ପରେ ଶିଶୁକୁ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ମେଡିକାଲ ଏବଂ ପରେ ସେଠାରୁ କଟକ ଏସ୍ସିବିକୁ ନିଆଯାଇଥିଲା । କୋମା ଅବସ୍ଥାରେ ଥିବା ଶିଶୁଜଣକ ପ୍ରାୟ ଆଠ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ମେଡିକାଲରେ ପ୍ରାଣ ହରାଇଥିଲା । ଯେଉଁଦିନ ଏହି ଅଘଟଣ ଘଟିଥିଲା ସେହିଦିନ ସାଲେପୁର ଥାନାରେ ମାମଲା ରୁଜୁ ହେବାପରେ ଘଟଣାର ତଦନ୍ତକାରୀ ଅଧିକାରୀ ଦେବେନ୍ଦ୍ର ମଲ୍ଲିକ ସେହି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ରାତି ପ୍ରାୟ ୨ଟାରେ ଆସାମୀ ମୁସ୍ତାକକୁ ସ୍ଥାନୀୟ ମାହାଳ ହାଟ ନିକଟରୁ ଗିରଫ କରିଥିଲେ । ଘଟଣାକୁ ନେଇ ସାଲେପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ୍ ତପôରତା ଦେଖାଇ ମାତ୍ର ୧୯ ଦିନରେ ଅର୍ଥାତ ୨୦୧୮ ମେ’ ୧୦ରେ ଚାର୍ଜସିଟ୍ ଦାଖଲ କରିଥିଲା ।
ପରେ ସ୍ୱତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ହୋଇଥିଲା । ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଯେଉଁଦିନ ଏହି ଘଟଣା ଘଟିଥିଲା ଠିକ୍ ସେହିଦିନ ରାଷ୍ଟ୍ରପତି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନରେ ମୋହର ମାରିଥିଲେ । ଯଦି ଜଣେ ୧୨ବର୍ଷରୁ କମ୍ ବୟସର ଶିଶୁକୁ କେହି ବଳାକ୍ରାର କରେ ତାହେଲେ ସମ୍ପୃକ୍ତ ଆସାମୀକୁ ଆଜୀବନ କାରାଦଣ୍ଡ କିମ୍ବା ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ସମଗ୍ର ଦେଶରେ ନିୟମ ଲାଗୁ ହୋଇଥିଲା । ଏହି ନିୟମ ଲାଗୁ ହେବା ପରେ ଏହି ମାମଲା ମଧ୍ୟ କଟକ ଜିଲ୍ଲାପାଇଁ ଥିଲା ପ୍ରଥମ । ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ୨୩ ଜଣ ସାକ୍ଷ୍ୟପ୍ରଦାନ କରିଥିଲେ । ମେଡିକାଲ ରିପୋର୍ଟ, ଷ୍ଟେଟ୍ ଫୋର୍ସେନିକ୍ ସାଇନ୍ସ ଲାବୋରୋଟୋରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅକ୍ଷୟ ନାୟକ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons