ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ମନୋରମାଙ୍କ ପୁଅ ସୁବ୍ରତଙ୍କୁ ପୁଲିସ କମିଶନର ସତ୍ୟଜିତ ମହାନ୍ତି ସମ୍ବର୍ଦ୍ଧିତ କରିଛନ୍ତି । ୩ ଲୁଟେରା ମନୋରମାଙ୍କ ବେକରୁ ସୁନାଚେନ୍ ଲୁଟି ବାଇକ୍ରେ ଖସି ପଳାଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ସୁବ୍ରତ ପଛ ଯୁବକ ଜଣକୁ ଭିଡ଼ି ଧରିଥିଲେ । ଫଳରେ ୩ ଲୁଟେରା ବାଇକ୍ ସହ ତଳେ ପଡ଼ି ଯାଇଥିଲେ । ଜଣେ ଲୁଟେରା ଖସି ପଳାଇଥିବା ବେଳେ ଲୋକମାନେ ସୁବ୍ରତଙ୍କ ସହ ମିଶି ଦୁଇ ଲୁଟେରାଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ । ସୁବ୍ରତଙ୍କ ଏଭଳି ସାହସିକତା ପାଇଁ ଆଜି ପୁଲିସ କମିଶନର ଶ୍ରୀ ମହାନ୍ତି ଅର୍ଥରାଶି ପୁରସ୍କାର ଦେବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପୁରସ୍କାର ଅର୍ଥରାଶିକୁ ସୁବ୍ରତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.