ସାହିତ୍ୟ ଏକାଡେମୀ ପକ୍ଷରୁ ଅଶୋକଙ୍କୁ ସମ୍ୱର୍ଦ୍ଧନା

Get real time updates directly on you device, subscribe now.

ନବରଙ୍ଗପୁର: ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ସାଧକ ଅଶୋକ ପ;ନାୟକଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ଭୂବନେଶ୍ୱରଠାରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ପ୍ରମୁଖ ଅଶୋକଙ୍କୁ ଉପଢୌକନ ଦେଇ ୧ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିଥିଲେ । ଅଶୋକ ପ;ନାୟକ ନବରଙ୍ଗପୁର ଜିଲ୍ଲାର ସୁନାମଧନ୍ୟ ଗାଳ୍ପିକ, ଗୀତିକାର ଓ ନାଟ୍ୟକାର । ତାଙ୍କର ରଚିତ ଅନେକ ଗୀତକୁ ଅନେକ କଣ୍ଠଶିଳ୍ପୀ ଗାନ କରିଛନ୍ତି । ତାଙ୍କ ଅନେକ ନାଟକ ଆକାଶବାଣୀ ଜୟପୁରରେ ପରିବଷୋଣ ହୋଇସାରିଛି । ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ୧୯୮୧ ମସିହାରୁ ସାହିତ୍ୟ ପତ୍ରିକା ସୀମାନ୍ତକୁ ପ୍ରତିବର୍ଷ ପ୍ରକାଶିତ କରି ବଣପାହାଡ଼ ଘେରା ଅଂଚଳରେ ନୂଆ ନୂଆ ସାହିତି୍ୟକ ସୃଷ୍ଟି କରିବାକୁ ସେ ଉଦମ ଜାରି ରଖିଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons