
କେନ୍ଦୁଝର : ସିଂପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ମାମଲାରେ ନୟାକୋଟ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଏବେବି ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗୋଷ୍ଠୀ ସଂଘର୍ଷ ରେ ବାପ ପୁଅ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସାମିଲ ଥିବା ୫ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଂପୁର ଗ୍ରାମର ହରି ହର ଘଣା, ଟିକେଶ୍ୱର ଘଣା, ଚତୃଭୂଜ ଘଣା, ମାଘୁ ଘଣା, ଜଗା ଘଣା ବୋଲି ଜଣାପଡିଛି । ଏବେବି ମାମଲାରେ ନନ୍ଦିନୀ ଘଣା, ଦୁଖୀ ଘଣା,ରାଜୁ ମହାକୁଡ଼,ବିଜୁ ମହାକୁଡ଼,ସଚିନ ବାରିକ,ନରତମ ବାରିକ,ସିପୁନ ଗିରି ଫେରାର ଅଛନ୍ତି । ପୋଲିସ ଏମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।
ଏପଟେ ଗାଡି ଭଙ୍ଗାରୁଜା କରିଥିବା ଲୋକଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ । ନୟାକୋଟ ପୋଲିସ କେସ ନଂ ୧୩/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଗୁରୁତ୍ତର ଆହତ ଥିବା ନରେନ୍ଦ୍ର ଘଣା ଘଟଣା ଦିନ ଅଭିଯୁକ୍ତ ମାନେ ପୋଲିସ ସମ୍ମୁଖରେ ତାଙ୍କୁ ଆକ୍ରମଣ କରିଥିଲେ । ଏପିରିକି ପୋଲିସ ବିବାଦର ସମାଧାନ କରିବା ବଦଳରେ ଅଭିଯୁକ୍ତଙ୍କ ଘରକୁ ଡାକି ସଙ୍ଘର୍ଷ ଘଟାଇଥିବାରୁ ଏଏସଆଇ ଇନ୍ଦ୍ରମଣି ଶତପଥୀ ପକ୍ଷ ପାତିତା କରିଥିବାର ଅଭିଯୋଗ ଆସିଛି । ତେଣୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ।


Comments are closed, but trackbacks and pingbacks are open.