ସିଂପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

Get real time updates directly on you device, subscribe now.

କେନ୍ଦୁଝର : ସିଂପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ମାମଲାରେ ନୟାକୋଟ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଏବେବି ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗୋଷ୍ଠୀ ସଂଘର୍ଷ ରେ ବାପ ପୁଅ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସାମିଲ ଥିବା ୫ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଂପୁର ଗ୍ରାମର ହରି ହର ଘଣା, ଟିକେଶ୍ୱର ଘଣା, ଚତୃଭୂଜ ଘଣା, ମାଘୁ ଘଣା, ଜଗା ଘଣା ବୋଲି ଜଣାପଡିଛି । ଏବେବି ମାମଲାରେ ନନ୍ଦିନୀ ଘଣା, ଦୁଖୀ ଘଣା,ରାଜୁ ମହାକୁଡ଼,ବିଜୁ ମହାକୁଡ଼,ସଚିନ ବାରିକ,ନରତମ ବାରିକ,ସିପୁନ ଗିରି ଫେରାର ଅଛନ୍ତି । ପୋଲିସ ଏମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।
ଏପଟେ ଗାଡି ଭଙ୍ଗାରୁଜା କରିଥିବା ଲୋକଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ । ନୟାକୋଟ ପୋଲିସ କେସ ନଂ ୧୩/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଗୁରୁତ୍ତର ଆହତ ଥିବା ନରେନ୍ଦ୍ର ଘଣା ଘଟଣା ଦିନ ଅଭିଯୁକ୍ତ ମାନେ ପୋଲିସ ସମ୍ମୁଖରେ ତାଙ୍କୁ ଆକ୍ରମଣ କରିଥିଲେ । ଏପିରିକି ପୋଲିସ ବିବାଦର ସମାଧାନ କରିବା ବଦଳରେ ଅଭିଯୁକ୍ତଙ୍କ ଘରକୁ ଡାକି ସଙ୍ଘର୍ଷ ଘଟାଇଥିବାରୁ ଏଏସଆଇ ଇନ୍ଦ୍ରମଣି ଶତପଥୀ ପକ୍ଷ ପାତିତା କରିଥିବାର ଅଭିଯୋଗ ଆସିଛି । ତେଣୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons