ସିଂହଦ୍ୱାରରୁ ପଶୁପତିନାଥ ମୈତ୍ରୀ ଯାତ୍ରା

Get real time updates directly on you device, subscribe now.

ପୁରୀ, (ବି.ବି.ନୁ୍ୟଜ୍): ମଙ୍ଗଳବାର ପୂର୍ବାହ୍ନରେ ସିଂହଦ୍ୱାରରୁ ନେପାଳ ପଶୁପତିନାଥ ମନ୍ଦିର ମୈତ୍ରୀ ଯାତ୍ରାର ଶୂଭାରମ୍ଭ ହୋଇଛି । ବିଶିଷ୍ଟ ଗୋସେବକ ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ନେତୃତ୍ୱରେ ୪୫ ଯାତ୍ରୀ ଏଥିରେ ସାମିଲ୍ ହୋଇଛନ୍ତି । କ୍ରିୟାଯୋଗ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଶଙ୍କରାନନ୍ଦ ଗିରି ମହାପ୍ରଭୁଙ୍କ ମହାପ୍ରସାଦ, ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ଯାତ୍ରା ଆରମ୍ଭ କରାଇଥିଲେ । ଘଣ୍ଟ ମାଦଳର ଧ୍ୱନିରେ ସିଂହଦ୍ୱାର କମ୍ପୁଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯାତ୍ରୀମାନେ ଆଗକୁ ବଢିଥିଲେ ।
ମୈତ୍ରୀ ଯାତ୍ରା ଦଳ ଆସନ୍ତା ୨୦ ତାରିଖରେ ଶ୍ରୀପଶୁପତିନାଥ ମନ୍ଦିରରେ ପହଞ୍ଚିବେ । ପଶୁପତିନାଥ ମନ୍ଦିର ମୁଖ୍ୟ ପ୍ରଶାସକ ମୈତ୍ରୀ ଯାତ୍ରୀଙ୍କୁ ଠାକୁରଙ୍କୁ ସ୍ୱତନ୍ତ୍ର ଦର୍ଶନ ପାଇଁ ବ୍ୟବସ୍ଥା କରିବେ । ଟାଟାନଗର, ପାଟନା ହୋଇ ଯାତ୍ରୀମାନେ ମା’ସୀତାଙ୍କ ଜନ୍ମସ୍ଥାନ ଜନକପୁରୀରେ ପହଞ୍ଚିବେ । ସେଠାରୁ ପୋଖରା ହୋଇ ସିଧା କାଠମାଣ୍ଡୁରେ ପହଞ୍ଚିବେ । ଫେରିଲା ବେଳକୁ ଯାତ୍ରୀମାନେ ସାଙ୍ଗରେ ୨୨୦୦ ଜୀବନ୍ତ ଶାଳଗ୍ରାମଙ୍କୁ ଆଣି ଓଡ଼ିଶା ଫେରିବେ । ଆସନ୍ତା ୨୪ ତାରିଖରେ ସେମାନେ ଜଗନ୍ନାଥ ଧାମ୍ ପୁରୀରେ ପହଞ୍ଚିବେ । ଯାତ୍ରୀମାନଙ୍କୁ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରାଯିବ । ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶାଳଗ୍ରାମ ଧରି ଫେରୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର । ଅନୁÂାନର ଉପାଧ୍ୟକ୍ଷ ଜୟପ୍ରକାଶ ମିଶ୍ର ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons