କଟକ,(ବି.ବି.ବୁ୍ୟରୋ): ନାଗରିକତା ସଂଶୋଧିତ ଅଧିନିୟମ(ସିଏଏ)କୁ ନେଇ ଆଜି କଟକରେ ଜନଜାଗରଣ ଯାତ୍ରା ସହ ଓଡ଼ିଶାରେ ସଚେତନତା ଅଭିଯାନ ଆରମ୍ଭ କରିଛି ବିଜେପି । ଏହି ଶୋଭାଯାତ୍ରା ପର୍ଯ୍ୟାକ୍ରମେ ରାଜ୍ୟର ଅନ୍ୟ ୫ଟି ସହରରେ ମଧ୍ୟ ଆୟୋଜିତ ହେବ । ଆଜି କଟକର କଲେଜ୍ ଛକଠାରୁ ଏହି ଜନଜାଗରଣ ଯାତ୍ରା ଆରମ୍ଭ ହୋଇ ଖାନନଗର ନିକଟରେ ଶେଷ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜନଜାଗରଣ କାର୍ଯ୍ୟକ୍ରମ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଜନଜାଗରଣ କାର୍ଯ୍ୟକ୍ରମରେ କଟକର ହଜାର ହଜାର ସଂଖ୍ୟାରେ କର୍ମୀ, ଜନସାଧାରଣ ଯୋଗଦେଇ ସିଏଏକୁ ନିଜର ସମର୍ଥନ ଦେଇଛନ୍ତି ।
ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ପାକିସ୍ତାନ ବା ଆଇଏସଆଇର ଭାଷା ଭାରତରେ କହିବାକୁ ଚାହୁଁଛନ୍ତି ତଥା ପାକିସ୍ତାନର ଉଦେ୍ଧଶ୍ୟକୁ ଭାରତ ଭୂମିରେ ସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ମୁହଁରୁ ପରଦା ହଟାଇବା ଏହି ଅଭିଯାନର ଉଦେ୍ଧଶ୍ୟ । ସିଏଏକୁ ନେଇ ବିରୋଧୀମାନେ ଭୁଲ୍ ବାର୍ତ୍ତା ପ୍ରଚାର କରୁଛନ୍ତି । ସେମାନେ ସିଏଏ ନାଁରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସିଏଏ ସମର୍ଥନରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନଜାଗରଣ ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତିି ଯେ, ଓଋିଶାରେ ସିଏଏ ଉପରେ ହେଉଥିବା ଜନଜାଗରଣକୁ ଅଭୁତପୂର୍ବ ଜନସମର୍ଥନ ମିଳୁଛି । ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି । ତେଣୁ ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ସିଏଏ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ଦେବାର ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ପାକିସ୍ତାନରୁ ଆସିଥିବା ଲୋକମାନେ ତଥା ଯେଉଁମାନଙ୍କର ସଂଖ୍ୟା ଭାରତବର୍ଷରେ ପ୍ରାୟ ୧ କୋଟିରୁ ଉଦ୍ଧ୍ୱର୍ ସେମାନଙ୍କୁ ସମ୍ୱିଧାନରେ ସଂଶୋଧନ କରି ନାଗରିକତା ସଂଶୋଧନ ଆଇନ ବଳରେ ନରେନ୍ଦ୍ର ମୋଦି କଷ୍ଟ ଯନ୍ତ୍ରଣାରୁ ମୁକ୍ତି ଦେଇ ନ୍ୟାୟ ପ୍ରଦାନ କରିଛନ୍ତି । ଭାରତରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କଲେ କଷ୍ଟ ପାକିସ୍ତାନ, ଆଇଏସଆଇ ଓ କଂଗ୍ରେସ ଦଳକୁ ହେଉଛି । ଏଥିପାଇଁ କଂଗ୍ରେସ, ଆମ୍ ଆଦ୍ମି ପାର୍ଟି, ତୃଣମୂଳ କଂଗ୍ରେସକୁ ଜବାବ ଦେବାକୁ ପଡ଼ିବ । ନରେନ୍ଦ୍ର ମୋଦି ସରକାରଙ୍କ ନିୟମ ହେଲା ଗୋଟିଏ ଗୀତା, ଗୋଟିଏ ବାଇବେଲ ଏବଂ ଗୋଟିଏ କୁରାନ ଏବଂ ତା ନାଁ ହେଲା ଭାରତୀୟ ସମ୍ୱିଧାନ । ଏହା ଉପରେ ବିଶ୍ୱାସ ରଖି ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମତ, ‘ସବକି ସାଥ୍- ସବ୍କା ବିକାଶ-ସବ୍କି ବିଶ୍ୱାସ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ଆଇନ ଭାରତୀୟ ମୁସଲିମ୍ଙ୍କ ବିରୋଧରେ ନୁହେଁ । ସବୁଠୁ ଅଧିକ ଶରଣାର୍ଥୀ ଦଳିତ ବର୍ଗର । ଆମ୍ୱେଦକରଙ୍କ ଫଟୋ ଧରି ରାଜନୀତି କରୁଥିବା ଲୋକମାନେ ବୁଝିବା ଦରକାର ସବୁଠୁ ଅଧିକ ଶରଣାର୍ଥୀମାନେ ଦଳିତ ବର୍ଗରେ ଅଛନ୍ତି । ସେମାନଙ୍କୁ ମୋଦି ଅଧିକାର ଦେଇ କ’ଣ ଭୁଲ କଲେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଆଜି ଯେଉଁମାନେ ଦେଶ ଅପେକ୍ଷା ଭୋଟ ରାଜନୀତିକୁ ଗୁରୁତ୍ୱ ଦିଅନ୍ତି ସେମାନଙ୍କ ମନ ଭିତରେ ଡର ରହିଛି । ନରେନ୍ଦ୍ର ମୋଦିଙ୍କ ଜନସମର୍ଥନ ଦେଖି ଭୟଭୀତ ହୋଇ ମୋଦିଙ୍କ ବିରୋଧରେ ଅପପ୍ରଚାର କରିବାର ଷଡ଼ଯନ୍ତ୍ର କରାଯାଉଛି । ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରାଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ । ଏହି କଥାକୁ ମହାତ୍ମା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମେତ ସମସ୍ତେ ବାରମ୍ୱାର କହି ସାରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ରାଜ୍ୟସଭାରେ ଡା. ମନମୋହନ ସିଂହ ୨୦୦୩ ମସିହାରେ ପଡେ଼ାଶୀ ପାକିସ୍ତାନ ଓ ବଂଲାାଦେଶର ସଂଖ୍ୟାଲଘୁ ମାନଙ୍କୁ ଶରଣ ଦେବାକୁ ଆମର ବ୍ୟବହାର ଉଦାରପୂର୍ଣ୍ଣ ହେବାକୁ ବକ୍ତବ୍ୟ ରଖିଥିôଲେ ।
ଉଲ୍ଲେଖନୀୟ ଯେ, ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକରେ ଆୟୋଜିତ ବିଶାଳ ଦଳୀୟ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।
ପଦଯାତ୍ରା ଆରମ୍ଭରୁ କେନ୍ଦ୍ର ମନ୍ତ୍ରୀ କଲେଜ୍ ଛକରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ କଲେଜ ଛକରୁ ବାହାରି ଶୋଭାଯାତ୍ରା ବାହାରି ରାଣୀହାଟ, ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ, ବାଦାମବାଡ଼ି ଦେଇ ଶେଷରେ ଖାନନଗରରେ ପହଞ୍ଚିଥିଲା । ଏହି ଅଭିଯାନ ମାଧ୍ୟମରେ ଶ୍ରୀ ପ୍ରଧାନ ସିଏଏକୁ ସମର୍ଥନ ପାଇଁ ୮୮୬୬୨୮୮୬୬୨କୁ ମିସ୍କଲ କରି ମୋଦିଙ୍କୁ ସମର୍ଥନ କରିବା ପାଇଁ ସେ ଅପିଲ କରିଥିଲେ ।
ଏହି ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ନଗର ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିÂ ନେତା ସମୀର ଦେ, ରାଜ୍ୟ ଉପସଭାପତି ନୟନ ମହାନ୍ତି, ରାଜ୍ୟ ସମ୍ପାଦକ ଦିଲ୍ଲିପ ମଲ୍ଲିକ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ବରିÂ ବିଜେପି ନେତା ପ୍ରକାଶ ମିଶ୍ର, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ୍ ହୋଇଥିଲେ ।
Comments are closed, but trackbacks and pingbacks are open.