ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ

Get real time updates directly on you device, subscribe now.

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ ଜଣେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡର ମୃତ୍ୟୁ ହୋଇଛି ।ମୃତକ ହେଲେ ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ପ୍ରାଣବନ୍ଧୁ ବରାଳ । ପ୍ରାଣବନ୍ଧୁ ଦୁଇ ବର୍ଷ ଧରି ପାଣିନାଥ ସିକ୍ୟୁରିଟି ସଂସ୍ଥା ଅଧୀନରେ ରହି ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ କାର୍ୟ୍ୟ କରୁଥିଲେ ।
ଗତ କାଲି ରାତି ୧୦ଟା ସମୟରେ ଡ୍ୟୁଟିକୁ ଆସି ହଷ୍ଟେଲ ମଧ୍ୟରେ ନିଜର ସହଯୋଗୀ ଅଗ୍ନିଭବନ ଓ୍ବେଷ୍ଟର ସିକ୍ୟୁରିଟି ଗାର୍ଡ ଉଗ୍ରେସନ ରଣାଙ୍କ ସହିତ ରହିଥିଲେ । ଉଗ୍ରେସନଙ୍କ କହିବା ଅନୁଯାୟୀ ପ୍ରାଣବନ୍ଧୁ ରାତି ୧୨ଟା ବେଳେ ଅସୁସ୍ଥ ଅନୁଭବ କରି ବାନ୍ତି କରିଥିଲେ ଏବଂ ତାଙ୍କୁ ସକାଳେ ଉଠାଇଦେବା ପାଇଁ ସେ ନିଜର ସହଯୋଗୀଙ୍କୁ କହିଥିଲେ ।
କିନ୍ତୁ ସକାଳେ ସହଯୋଗୀ ତାଙ୍କୁ ଉଠାଇଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟା ସତ୍ୟ ଜଣା ପଡିବ ବୋଲି କହିଛନ୍ତି ସରାଙ୍ଗ ଫାଣ୍ଡି ଅଧିକାରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons