ସିଜି ପାୱାରରେ ସାଂଘାତିକ ବିବାଦ

Get real time updates directly on you device, subscribe now.

ନୂଆଦିଲ୍ଲୀ,: ବିଦ୍ୟୁତ୍ ଉପକରଣ ନିର୍ମାତା ସିଜି ପାୱାର ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ସଲ୍ୟୁସନ୍ସ ଲିମିଟେଡ୍ରେ ଦେଖାଦେଇଛି ସାଂଘାତିକ ବିବାଦ । କମ୍ପାନିରେ ଦେଖାଦେଇଥିବା ଆର୍ଥିକ ଅନିୟମିତତାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ନିବେଶକ ଓ ଋଣ ଯୋଗାଣକାରୀ ସଂସ୍ଥା । ଏମିତି କି ସେମାନେ ସିଜି ପାୱାରର ଅଧ୍ୟକ୍ଷ ପଦରୁ ଗୌତମ ଥାପରଙ୍କୁ ହଟାଇବାକୁ ଦାବି କରିଛନ୍ତି । ଏଭଳି ଆଭ୍ୟନ୍ତରୀଣ କନ୍ଦଳ କ୍ରମେ ଘନେଇବାରେ ଲାଗିଛି ।ସିଜି ପାୱାର ଅଗଷ୍ଟ ୨୦ରେ ଚକିତ କଲା ଭଳି ତଥ୍ୟ ଉନ୍ମୋଚନ କରିଥିଲା । ନିୟାମକ ଫାଇଲିଂ ବେଳେ ଏହା ଦର୍ଶାଇଥିଲା ଯେ ସଂସ୍ଥାର କିଛି ପୂର୍ବ ଏବଂ ବର୍ତ୍ତମାନର କାର୍ଯ୍ୟନିର୍ବାହୀ ସାଂଘାତିକ ଆର୍ଥିକ ଅନିୟମିତତା କରିଛନ୍ତି । ସେମାନେ କମ୍ପାନିର କିଛି ସମ୍ପତ୍ତି ମୂଲ୍ୟ ଅତ୍ୟଧିକ ଦର୍ଶାଇ ବଜାରରୁ ବିପୁଳ ଋଣ ହାସଲ କରିଛନ୍ତି । ଏହି ଋଣକୁ କମ୍ପାନିର ମୂଳଧନରେ ନିବେଶ ବଦଳରେ ସେମାନେ ଏହାକୁ ଆତ୍ମସାତ୍ କରିଛନ୍ତି । କିଛି ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଥିରେ ସାମିଲ ଅଛନ୍ତି । ଏ ନେଇ ଏକ ଆଭ୍ୟନ୍ତରୀଣ ଅନୁସନ୍ଧାନ କରାଯାଇଥିଲା ଏବଂ ଆର୍ଥିକ ଅନିୟମିତତା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଉଲ୍ଲେଖଯୋଗ୍ୟ, ପୂର୍ବରୁ ସିଜି ପାୱାର ବୋର୍ଡ ବୈଠକ ମେ ୧୦ ତାରିଖରେ ବସିଥିଲା । ସର୍ବସମ୍ମତିକ୍ରମେ ସିଇଓ ତଥା ଏମ୍ଡି କେ ଏନ୍ ନୀଲକାନ୍ତଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା । ଆର୍ଥିକ ଅନିୟମତତାର ନିରପେକ୍ଷ ତଦନ୍ତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଥାପର କମ୍ପାନିର ଅଧ୍ୟକ୍ଷ ପଦରେ ରହିଥିଲେ । ଏବେ ଥାପରଙ୍କ ଉପସ୍ଥିତି ଯୋଗୁ ତଦନ୍ତରେ ବାଧା ଉପୁଜୁଥିବାରୁ ଉଭୟ ଥାପର ଏବଂ ନୀଲକାନ୍ତଙ୍କୁ ସେମାନଙ୍କ ପଦବିରୁ ହଟାଇବା ପାଇଁ ଦାବି କରାଯାଇଛି ।ଅନ୍ୟପକ୍ଷରେ କମ୍ପାନି ପକ୍ଷରୁ ଏହାର ନିୟାମକ ଫାଇଲିଂରେ କୌଣସି ନିର୍ଦ୍ଦିଷ୍ଟ ଲୋକଙ୍କ ନାମ ନିଆଯାଇ ନାହିଁ, ଯାହାଦ୍ୱାରା ଆର୍ଥିକ ଅନିୟମିତତା କରାଯାଇଛି । କିନ୍ତୁ ଆଭ୍ୟନ୍ତରୀଣ ତଦନ୍ତ ଯୋଗୁ ବଳିଷ୍ଠ ପ୍ରମାଣ ହାତକୁ ଆସିଥିବା କୁହାଯାଇଛି । ବୋର୍ଡ ଦର୍ଶାଇଛି ଯେ କମ୍ପାନିର ମୋଟ ସେୟାର ସଂଖ୍ୟା ୬୨.୬ କୋଟି ଥିବା ବେଳେ ଥାପରଙ୍କ ନିକଟରେ ମାତ୍ର ୮,୫୬୪ଟି ସେୟାର ରହିଛି । ତେଣୁ ତାଙ୍କୁ ବୋର୍ଡରେ ରଖାଯିବା ଉଚିତ ନୁହେଁ । ଅଂଶୀଦାରମାନେ ଚାହିଁଲେ ତାଙ୍କୁ ବୋର୍ଡରୁ ବାହାର କରିପାରିବେ । କମ୍ପାନିରେ ମୋଟ ୮,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons