ସିଡିପିଓଙ୍କ ଘରେ ରେଡ୍‌

Get real time updates directly on you device, subscribe now.

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି।
ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଉପରେ ରାଗ ରଖି ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ମୋ ପାଖରେ କିଛି ନାହିଁ। ମୋ ନାଁରେ ୨୦ ଲକ୍ଷ ଟଙ୍କାର ଲୋନ୍‌ ରହିଛି।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons