ସିନର୍ଜି କଲେଜକୁ ପ୍ରକୃତି ମିତ୍ର ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଫୁଲନଖରାସ୍ଥିତ ସିନର୍ଜି ଇଞ୍ଜିନିୟରିଂ କଲେଜକୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଅନୁଷ୍ଠାନର ଅଧ୍ୟକ୍ଷା ଡ. ଯୋଗେଶ୍ୱରୀ ରାଉତଙ୍କୁ ଦଶହଜାର ଟଙ୍କା ଓ ମାନପତ୍ର ସହ ସମ୍ୱର୍ଦ୍ଧିତ କରିଥିଲେ । ଉଲ୍ଲେଖଯୋଗ୍ୟ, ସିନର୍ଜି ଶିକ୍ଷାନୁଷ୍ଠାନର ଗ୍ରୀନ୍ ସିନର୍ଜି ଇକୋ କ୍ଲବ୍ ତରଫରୁ ଅନୁଷ୍ଠାନ ସଂଲଗ୍ନ ଅଞ୍ଚଳରେ ବହୁଳ ମାତ୍ରାରେ ବୃକ୍ଷରୋପଣ, ପରିବେଶ ସ୍ୱଚ୍ଛତା ଅଭିଯାନ, ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏତଦ୍ବ୍ୟତୀତ କଲେଜ ପରିସର ମଧ୍ୟରେ ବର୍ଷା ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ସୁପରିଚାଳନା ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ମାଧ୍ୟମରେ ସମ୍ପାଦନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons