ରାୟଗଡ଼ା,(ବି.ବି.ନୁ୍ୟଜ୍): ସିନେମା ଷ୍ଟାଇଲରେ ଟ୍ରେନ ଭିତରୁ ଯୁବକଙ୍କୁ କଲେ ଅପହରଣ । ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଏହି ପେଶାଦାର ଅପରାଧୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଧରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ରାୟଗଡ଼ାପୁଲିସ । ଅପହରଣକାରୀ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ୫ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବାପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ରାୟଗଡ଼ା ଏସ୍ପି ଡ ଶର୍ବଣା ବିବେକ. ଏମ୍ । ଗିରଫ ୬ ଜଣଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନାବାଳକ । ଅନ୍ୟ ୩ ଜଣ ହେଲେ ରାୟଗଡ଼ା ସହରର ଶୁଣ୍ଢି ସୁରଜ, କୋତାପେଟାର ଶୁଣ୍ଢିପ୍ରକାଶ ଓ ଜି.ସୁରେନ୍ଦ୍ର । ସେମାନଙ୍କପାଖରୁ ଜବତ ହୋଇଛି ଗୋଟିଏପିସ୍ତଲ, ଦୁଇଟି ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ କାତି, ୩ ଟି ଟାଙ୍ଗିଆ ଏବଂ ୩ଟି ମୋବାଇଲ ଫୋନ୍ । ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓଆର-୧୮-ବି-୯୭୭୭, ଗୋଟିଏ ଅଟୋରିrା ଏପି-୩୫-ଏr-୨୬୩୧, ଗୋଟିଏ ନମ୍ବରବିହୀନ ବୁଲେଟ ଏବଂ ଗୋଟିଏ ପ୍ଲେଜର ଓଡି-୧୮-ଡି-୬୪୮୮ କୁ ମଧ୍ୟ ଜବତ କରାଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଏସ. ରାମପୁରର ବିଭୁତିପୂଜାରୀ ଗତ ୧୯ ତାରିଖ ଦିନ ଆଲଫୁଜା-ଧାନବାଦ ଏrପ୍ରେସ ଟ୍ରେନରେ ବିଶାଖାପାଟନମରୁ ଟିଟିଲାଗଡ଼ ଯାତ୍ରା କରୁଥିଲେ । ରାୟଗଡ଼ାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଲା‡ା ଷ୍ଟେସନ ନିକଟରେ ଚେନ୍ ଟାଣି ଅଭିଯୁକ୍ତମାନେ ତାଙ୍କୁ ତଳକୁ ନେଇଯାଇଥିଲେ । ସେଠାରୁ ଏକ ବୋଲେରୋରେ ସହର ଉପକଣ୍ଠ ବାରିଝୋଲା ଜଙ୍ଗଲକୁ ନେଇଯାଇଥିଲେ ଅପହରଣକାରୀ । ଜଙ୍ଗଲକୁ ନେବାପରେ ବିଭୁତିଙ୍କ ମୋବାଇଲରୁ ତାଙ୍କ ବାପାପଞ୍ଚାନନପୂଜାରୀଙ୍କୁ ଫୋନ୍ କରି ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନମିଳିଲେପୁଅକୁ ହତ୍ୟାକରି ଶବକୁପାର୍ସଲରେପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ ।ପୁଲିସକୁ ଏ ସଂପର୍କରେ କୌଣସି ସୂଚନା ନଦେବାକୁ ଚେତାବନୀ ଦେଇଥିଲେ । କିନ୍ତୁପଞ୍ଚାନନ ତୁରନ୍ତ ରାୟଗଡ଼ା ଏସ୍ପି ଶର୍ବଣା ବିବେକ.ଏମଙ୍କୁ ଫୋନକରି ସମସ୍ତ ସୂଚନାପ୍ରଦାନ କରିଥିଲେ । ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାପୁଲିସ୍ । କେତେକ ପେଶାଦାର ଅପରାଧୀଙ୍କୁ ଧରି ଅନୁସନ୍ଧାନ କରିବାପରେ ଏହି ସଫଳତା ମିଳିଛି ।
ମାମଲାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଗୁରୁବାର ବିଳମ୍ବିତ ରାତିରେ ବାରିଝୋଲା ଜଙ୍ଗଲରେ ଚଢ଼ଉ କରିପୁଲିସ୍ ୬ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ୫ ଜଣ ଫେରାର ହୋଇଯାଇଛନ୍ତି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି । ଅନ୍ୟପକ୍ଷରେ ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇଥିବା ବିଭୁତିଙ୍କୁ ମେଡିକାଲ ଯାଞ୍ଚପରେପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତପନ ନାରାୟଣ ରଥ ଏବଂ ଆଇଆଇସି ନିହାର ରଞ୍ଜନପ୍ରଧାନପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.