ସିବିଏସ୍ଇ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ସିବିଏସଇ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର ପଥରଚେପାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସଂସ୍କୃତି ଖମାରୀ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସଂସ୍କୃତି ମାତୃଭାଷାରେ ୧୦୦ରୁ ୯୯ ମାର୍କ ରଖିଥିବା ବେଳେ ଗଣିତ ଏବଂ ଏସ୍ଏସ୍ଟିରେ ୧୦୦ରୁ ୧୦୦, ବିଜ୍ଞାନରେ ୧୦୦ରୁ ୯୮, ଇଂରାଜୀରେ ୧୦୦ ରୁ ୯୭ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର ସମୁଦାୟ ମାର୍କ ୫୦୦ରୁ ୪୯୪ (୯୮.୮୦%) ରହିଛି । ଭବିଷ୍ୟତରେ ସେ ଚିକିତ୍ସା ବିଜ୍ଞାନରେ ଜଣେ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ତାଙ୍କ ସଫଳତା ପାଇଁ ବାପା ବଳରାମ ଖମାରୀ, ମା ସ୍ୱରୂପାରାଣୀ ଠାକୁର, ଭାଇ ସ୍ୱୟଂସମ୍ପନ୍ନ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବରଣ ବେହେରା, ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀମାନଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସେହିପରି ଛାତ୍ର ରିକନ ମହାକୁର ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ରାଜ୍ୟସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ମାତୃଭାଷାରେ ୧୦୦ରୁ ୧୦୦ ମାର୍କ ରଖିଥିବା ବେଳେ ଗଣିତରେ ୯୯, ଏସ୍ଏସ୍ଟିରେ ୧୦୦ରୁ ୯୯, ବିଜ୍ଞାନରେ ୧୦୦ ରୁ ୯୪, ଇଂରାଜୀ ୧୦୦ ରୁ ୯୬ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର ସମୁଦାୟ ମାର୍କ ୫୦୦ ରୁ ୪୮୮ (୯୭.୬% ରହିଛି । ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ସଫଳତା ପାଇଁ ବାପା ଗୋପାଳ ଚନ୍ଦ୍ର ମହାକୁର (ପିଙ୍କୁ), ମା ସନ୍ତୋଷିନୀ ମହାକୁର ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons