ସିଭିସ୍ ସର୍ଭିସ୍ରେ ବାଜି ମାରିଲେ ଓଡ଼ିଆ: ଟପ୍ଟେନ୍ରେ ୨ଜଣ

Get real time updates directly on you device, subscribe now.

ଭୁବନେଶ୍ବର: ୟୁପିଏସସି ପରିଚାଳିତ ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୋଟ୍ ୮୧୯ ଜଣ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡିଶାରୁ ୨୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଅର୍ଥାତ୍ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ୨୦ ଜଣ ଓଡିଆ । ବଡ କଥାଟି ହେଲା ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ରେଜଲ୍ଟରେ ଟପ୍ ଟେନ୍ ରେ ଦୁଇ ଜଣ ଓଡିଆ ରହିଛନ୍ତି । ଅଷ୍ଟମ ସ୍ଥାନରେ ଅଭିଷେକ ସରାଫ ଏବଂ ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର ରହିଛନ୍ତି । ପୂର୍ବରୁ ୨୦୧୭ ଓଏଏସ୍‌ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ ସଞ୍ଜିତା ।
ଅନ୍ୟ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅଛନ୍ତି ଅନୁପ ଦାସ, ୧୨୫ତମ ସ୍ଥାନରେ ନବଲ କୁମାର ଜୈନ, ୧୯୦ତମ ସ୍ଥାନରେ ଶୈଳଜା ଦାସ, ୨୦୨ତମ ସ୍ଥାନରେ ରାହୁଲ ମିଶ୍ର, ୨୨୫ତମ ସ୍ଥାନରେ ହେମା ନାୟକ, ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ତମ ସ୍ଥାନରେ ଆଶିଷ ଦାସ, ୨୯୪ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, ୩୧୨ତମ ସ୍ଥାନରେ ଦିବ୍ୟା ମିଶ୍ର, ୩୬୧ତମ ସ୍ଥାନରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ତମ ସ୍ଥାନରେ ଜୁବୀନ ମହାପାତ୍ର ରହିଛନ୍ତି ।
ସେହିପରି ୪୪୧ତମ ସ୍ଥାନରେ ରହିଛନ୍ତି ସମୀର କୁମାର ଜେନା, ୫୬୭ତମ ସ୍ଥାନରେ ମାନସ ରଞ୍ଜନ ସାହୁ, ୭୧୨ତମ ସ୍ଥାନରେ ଶିଭମ୍‌ ମିଶ୍ର, ୭୧୫ତମ ସ୍ଥାନରେ ଓମ୍‌ ପ୍ରସାଦ ମହାନ୍ତି, ୮୧୯ତମ ସ୍ଥାନରେ ବିଭୂତି ଭୂଷଣ ନାୟକ ରହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons