ଭୁବନେଶ୍ୱର,(ବି.ବି.ନ୍ୟୁଜ୍):ମହିଳା ଉଦ୍ୟୋଗୀ ଜୟନ୍ତି କରଙ୍କ ପ୍ରଚେଷ୍ଟାରେ କଟକ-ପୁରୀ ଜାତୀୟ ରାଜପଥ ୧୬ସ୍ଥିତ ସିମ୍ଫୋନି ମଲ୍ରେ ଖୋଲିଛି କର୍ଲିଜ୍ କାଫେ । ଏଠାରେ ଗ୍ରାହକଙ୍କୁ ଇଟାଲିର ପ୍ରସିଦ୍ଧ ବ୍ରାଣ୍ଡ ଲାଭାଜାର ପ୍ରିମିୟମ ହଟ୍ କଫି, କୋଲ୍ଡ କଫି ଓ ଟି ଅତି ସୁଲଭ ମୂଲ୍ୟରେ ମିଳିପାରିବ । ସେହିପରି ଓଡ଼ିଶାରେ ପ୍ରଥମକରି କର୍ଲିଜ୍ କାଫେ ଗ୍ରାହକଙ୍କ ପାଇଁ ଆଣିଛି ସେଲ୍ଫି କଫି । ଜଣେ ଚାହିଁଲେ ନିଜର ପ୍ରିୟଜନ ସହ କଫି କପ୍ରେ ସେଲ୍ଫି ନେଇ ଉପହାର କରିପାରିବେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ,କଫିରେ ସେଲ୍ଫି ଫଟୋ ନିମନ୍ତେ ବ୍ୟବହାର ହେଉଥିବା ରଙ୍ଗଗୁଡ଼ିକ ଖାଦ୍ୟ ଉପଯୋଗୀ ଓ ଏଫ୍ଏସ୍ଏସ୍ଏଆଇ ସ୍ୱିକୃତି ପ୍ରାପ୍ତ । ତେଣୁ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନୁହେଁ । କର୍ଲିଜ୍ କାଫେର ପ୍ରଥର ଷ୍ଟୋରକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଛନ୍ତି ।
ଏଠାରେ ସ୍ୱାଦିଷ୍ଟ ଗ୍ରିନ ସାଣ୍ଡ୍ୱିଚ୍, ନଗେଟ୍ସ,ଫ୍ରେଞ୍ଚ୍ ଫ୍ରାଏ,ଚିକେନ୍ ଫିଙ୍ଗର, ଫିସ୍ ଫିଙ୍ଗର ଓ ବେକରି ପ୍ରଡ଼କ୍ଟକୁ ହଟ୍ ବ୍ରାଉନି ସିଜଲର ସହ ଚକଲେଟ ଫ୍ଲେବରରେ ଗ୍ରାହକଙ୍କୁ ହଟ୍ ପ୍ଳେଟରେ ପରସା ଯାଇପାରିବ । ଆହୁରି ମଧ୍ୟ କର୍ଲିଜ୍ କାଫେର ଗ୍ରାହକଙ୍କୁ ବର୍ଷସାରା ଆଲଫୋନ୍ସୋର ଅସଲି ଆମ୍ବ ରସ ବା ମଣ୍ଡ ଯୁକ୍ତ ମିଲକ୍ ସେକ ଓ ଲସି ପକେଟକୁ ସୁହାଇଲା ଭଳି ଦରରେ ଯୋଗାଇ ଦିଆଯିବ । ଚଳିତ ବର୍ଷ ଭୁବନେଶ୍ୱରର ଆଉ ୩ଟି ଆଉଟ୍ଲେଟ୍ ଖୋଲାଯିବ ବୋଲି କର କହିଛନ୍ତି ।
Comments are closed, but trackbacks and pingbacks are open.