ସିରାଜ୍ଜୁଦ୍ଧିନ ଖଣି ନିକଟରୁ ଡ୍ରାଇଭରର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଯୋଡା, (ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ବଳଦା ସ୍ଥିତ ସିରାଜ୍ଜୁଦ୍ଧିନ ଖଣି ବି-ବ୍ଲକ୍ ନିକଟରୁ ଜଣେ ଯୁବକର ମୃତଦେହ ବାମେବାରୀ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ବଡ଼ବିଲ ବାକଲ ହାଟିଂର ଶଙ୍କର ବୋବାଙ୍ଗା । ଶଙ୍କରକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି ।
ବୁଧବାର ରାତିରେ ଶଙ୍କର ଗାଡି ନେଇ ସିରାଜ୍ଜୁଦ୍ଧିନଙ୍କ ବଳଦା ଖଣିକୁ ଲୁହାପଥର ପରିବହନ ନିମନ୍ତେ ଆସିଥିଲା । ଗୁରୁବାର ସକାଳେ ତାର ମୃତଦେହ ପଡିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶଙ୍କର ଟ୍ରକ୍ ନଂ. ଓଆର୦୯ଏଲ୍-୯୪୪୨ ର ଚାଳକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଏହି ଖଣି ଅଞ୍ଚଳରେ ସେ ଡ୍ରାଇଭରମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଥିଲା । ଏପରିକି ସେ ବଟି ଆଦାୟ ସମୟରେ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ମଧ୍ୟ କରୁଥିଲା ।
ଏହି ଦାଦା ବଟି ଆଦାୟକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons