ସିରୋଲ ଗାଁରେ ଉତ୍ତେଜନା, ୧୪୪ ଧାରା ଜାରି

Get real time updates directly on you device, subscribe now.

ଟିଟିଲାଗଡ଼,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ସଭ୍ୟତାର ବିକାଶ ଧାରାରେ ବିବାଦ ବା ସମସ୍ୟା ରହିଥାଏ । ତେବେ ଏହି ପ୍ରତିକୂଳ ସମସ୍ୟାକୁ ଡେଇଁ ଯିଏ ଆଗକୁ ବଢେ଼, ସେ ବିକାଶର ସ୍ୱାଦ ଚାଖେ । ହେଲେ ଗାଁରେ ଲାଗିରହିଥିବା ନର୍ଦ୍ଧମା ପାଣି ନିଷ୍କାସନ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଯାଇଥିବା ବେଳେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ଫଳରେ ପ୍ରଶାସନ ୧୪୪ଧାରା ଜାରି କରି ନାଳ ତିଆରି କରୁଥିବା ବେଳେ ଗ୍ରାମବାସୀ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ବିରୋଧ ଯୋଗୁଁ ଶେଷରେ ପୁଲିସ ନିରାଶ ହୋଇ ଫେରିଆସିବାକୁ ପଡିଛି । ଏଭଳି ସ୍ଥିତି ଉପୁଜିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମରେ ।
ସୂଚନା ମତେ, ସିରୋଲରେ ନର୍ଦ୍ଧମା ପାଣି ନିଷ୍କାସନ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋÂୀ ମଧ୍ୟରେ ବିବାଦ ଲାଗିରହିଛି । ଗତ ୨୬ତାରିଖ ହରିଜନ ପଡ଼ାର ନଳକୂପ ପାଣି ନିଷ୍କାସନ ହୋଇ ସାହୁପଡ଼ା ଦେଇ ବୋହି ଯାଉଥିବାରୁ ଉଭୟ ପଡ଼ାବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ସାହୁପଡ଼ା ବାସିନ୍ଦା ନାଳରେ ମାଟି ପକାଇ ଦେବାରୁ ନାଳରେ ମଇଳା ପାଣି ଜମିରହୁଛି । ଏନେଇ ଉଭୟ ପଡ଼ାବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଅଭିଯୋଗ କରିଥିଲେ । ମାର୍ଚ୍ଚ ୩୦ରେ ଉପଜିଲ୍ଲାପାଳ ସୌମେଶ ଉପାଧ୍ୟାୟ, ମୁରିବାହାଲ ବିଡିଓ ଏବଂ ତହସିଲଦାର ସିରୋଲ ଗାଁରେ ପହଞ୍ଚି ଉଭୟ ପଡ଼ାବାସୀଙ୍କ ସହ ଆଲୋଚନା କରଥିଲେ । ଉକ୍ତ ସ୍ଥାନରେ ପକ୍କା ନାଳ ନିର୍ମାଣ କରିବା ପାଇଁ ତହସିଲଦାରଙ୍କୁ ଉପଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ନିଦେ୍ର୍ଧଶାନୁଯାୟୀ ତହସିଲଦାର ପହଞ୍ଚି ନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ ସାହୁପଡ଼ା ବାସୀ ବିରୋଧ କରିଥିଲେ । ଫଳରେ ତହସିଲଦାର ନିର୍ମାଣ କାର୍ଯ୍ୟ ବନ୍ଦ କରାଇ ଫେରି ଯାଇଥିଲେ । ଗତକାଲି ପୁଣି ହରିଜନ ପଡ଼ାର ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ଶୋଭାଯାତ୍ରାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବାରୁ ଆନେ୍ଦାଳନକାରୀ ଫେରି ଯାଇଥିଲେ । ପରେ ଉପଜିଲ୍ଲାପାଳ ସ୍ଥାନୀୟ ଏସଡିପିଓଙ୍କୁ ସିରୋଲ ଗ୍ରାମରେ ୧୪୪ଧାରା ଲାଗୁ କରି ନାଳ ନିର୍ମାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଆଜି ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ସିରୋଲ ପହଞ୍ଚି ୧୪୪ ଧାରା ଲାଗୁ ଘୋଷଣା କରିଥିଲେ । ପରେ ମୁରିବାହାଲ ତହସିଲଦାରଙ୍କ ନିଦେ୍ର୍ଧଶରେ ନାଳ ନିର୍ମାଣ ପାଇଁ ଗାତ ଖୋଳିବା ଆରମ୍ଭ କରିଥିଲେ । ଏହାକୁ ହରିଜନ ପଡ଼ାବାସୀ ବିରୋଧ କରି ନାଳ ନିର୍ମାଣ କରାଯିବା ସ୍ଥଳେ ଗାତ କାହିଁକି ଖୋଳାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏସଡିପିଓ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ୧୪୪ ଧାରା ଲାଗୁହେବା ସତ୍ତେ୍ୱ ହରିଜନପଡ଼ା ବାସୀ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ପୁଲିସ ନିରାଶ ହୋଇ ଫେରି ଆସିଥିଲା । ସମସ୍ୟାର ସମାଧାନ ନକରି ପୁଲିସ ଫେରିଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons