ବାଙ୍କୀ,(ବି.ବି.ନୁ୍ୟଜ୍): ବାଙ୍କୀ ଏନ୍ଏସିର ଚର୍ଚ୍ଚିକା ସାହିରେ ଥିବା ପୂଜା ଆଇସ୍କ୍ରିମ କାରଖାନାରେ ଗ୍ୟାସ୍ ଫିଲିଂ ବେଳେ ସିଲିଣ୍ଡର ଫାଟିଛି । ଫଳରେ ବୋଲଗଡ ବ୍ଳକ ଧଳାପଥର ପଞ୍ଚାୟତ ଠଣାପଲ୍ଲୀ ଗ୍ରାମର ସ୍ମୃତି ରଞ୍ଜନ ସୁବୁଦ୍ଧିଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ବାପା ସୁଶାନ୍ତ କୁମାର ସାହୁ ଗୁରୁତର ହୋଇଛନ୍ତି ।
ମିଳିିଥିବା ସୂଚନା ଅନୁଯାୟୀ, ପୂଜା ଆଇସକ୍ରିମ କାରଖାନାରେ ଆଇସକ୍ରିମ ସହ ବରଫ ପ୍ରସ୍ତୁତ କରାଯାଇଥାଏ । ବରଫ ତିଆରି ପାଇଁ ନାଇଟ୍ରୋଜେନ ଗ୍ୟାସର ଆବଶ୍ୟକତା ରହିଥିବା ବେଳେ କାରଖାନାରେ ଗ୍ୟାସ ଶେଷ ହୋଯାଇଥିଲା । ଫଳରେ କାରଖାନାର ମାଲିକ ସୁଶାନ୍ତ କୁମାର ସାହୁ ଓ ତାଙ୍କ ପୁଅ ସ୍ମୃତି ରଞ୍ଜନ ସୁବୁଦ୍ଧି ଓରଫ ରାଜାଙ୍କୁ ଗ୍ୟାସ ଫିଲିଂ କରିବା ପାଇଁ କାରଖାନାକୁ ଆଣିଥିଲେ । ବାପାପୁଅ କାରଖାନାରେ ପହଞ୍ଚିବା ପରେ ଗ୍ୟାସ କମ୍ପେ୍ରସରକୁ ଖୋଲି ସେଥିରେ ନୂଆ ଗ୍ୟାସ ଫିଲିଂ କରିଥିଲେ । ଏହି ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ମୃତିରଞ୍ଜନ ସୁବୁଦ୍ଧି (୨୩)ଙ୍କର ମୃତୁ୍ୟ ହୋଇଥିବା ବେଳେ ତାଙ୍କ ବାପା ସୁଶାନ୍ତଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ଏତେ ଜୋର ବିସ୍ଫୋରଣ ହୋଇଥିଲା ଯେ, ସ୍ମୃତିରଞ୍ଜନଙ୍କର ଦେହରୁ ମୁଣ୍ଡ ଅଲଗା ହୋଇପଡିଥିଲା । ସେହିପରି ବାପା ସୁଶାନ୍ତଙ୍କର ମଧ୍ୟ ଗୋଡ, ହାତରୁ ମାଂସ ଖଣ୍ଡ ଛିଟ୍କି ପଡିଥିଲା । ଖବର ପାଇ ବାଙ୍କୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବାପାପୁଅକୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ସୁଶିଲଙ୍କୁ ମୃତ ଘୋଷଣା କରିଥିଲେ । ସୁଶାନ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାଙ୍କୀ ପୁଲିସ୍ ଶବ ଜବତ କରିଛି । ପରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ବାଙ୍କୀ ଥାନାରେ ଏକ ଅପମୃତୁ୍ୟ ମାମଲା (୧୨/୨୦) ରୁଜୁ କରାଯାଇଛି ।
Comments are closed, but trackbacks and pingbacks are open.