ମାଲକାନଗିରି: ଡଙ୍ଗା ବୁଡ଼ି ସାତ ଜଣ ନିଖୋଜ । ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏପରି ଏକ ଅଘଟଣ ଘଟିଛି ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ।
ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡି ଯାଇଛି । ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଏହି ଡଙ୍ଗାଟି ବୁଡିଥିବା ସୂଚନା ମିଳିଛି । ଦୁଇଟି ଦେଶୀ ଡ଼ଙ୍ଗାରେ ପ୍ରାୟ ୧୧ ଜଣ ଯାତ୍ରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।
ନିଖୋଜ ଓ ମୃତକ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗାଁର ବୋଲି ଜଣାପଡିଛି । ମୃତକ ଓ ନିଖୋଜମାନେ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ । ମଙ୍ଗଳବାର ଆନ୍ଧ୍ର ପଥରୁ ଓଡିଶାକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।ସିଲେରୁ ନଦୀରେ ଡଙ୍ଗା ବୁଡି ୭ ନିଖୋଜ, ଜଣେ ମୃତ ।
Comments are closed, but trackbacks and pingbacks are open.