ଭୁବନେଶ୍ବର : ଧର୍ମଶାଳା ପିଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି ।ରଙ୍ଗଶାଳାରେ ରଙ୍ଗ ହେଉଥିଲା କି ବୋଲି ତାରାଙ୍କ ପ୍ରଶ୍ନ କରିଛନ୍ତି । ଏଥି ସହ ଏହି ଘଟଣାରେ ପ୍ରମାଣ ନଷ୍ଟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।ସିସିଟିଭିରେ ସମସ୍ତ ପ୍ରମାଣ ଥାଇପାରେ ।ତେବେ ଏପର୍ୟ୍ୟନ୍ତ ଗେଷ୍ଟ ହାଉସ୍ ସିଜ୍ ହୋଇନି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ତଦନ୍ତ ନକରି ପ୍ରଶାସନ କେମିତି ଜାଣିଲା କାହା ସହ କାହାର କେମିତି ସମ୍ପର୍କ ଥିଲା ।ଜଣେ ମହିଳାଙ୍କ ମୃତ୍ୟୁ ପରେ ଚରିତ୍ର ସଂହାର କରିବା କାହାର ଅଧିକାର ନାହିଁ ।ତାଙ୍କ ନିଃଶ୍ବାସରେ ଦୁଇଟି ଦଳ ଧ୍ବଂସ ହହୋଇଯିବ ।ଏଥିରେ ଯିଏ ପାପ କରିଛି ସିଏ ଶାସ୍ତି ପାଇବ ବୋଲି ତାରା କହିଛନ୍ତି ।
ବିଜେପିର ବନ୍ଦ ପାଳନ ନେଇ ମଧ୍ୟ ତାରା ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ବିଜେପିରାଜନୀତି ନ କରୁ ବୋଲି ତାରା କହିଛନ୍ତି ।
Comments are closed, but trackbacks and pingbacks are open.