ସିସୋର ମୁଖ୍ୟଙ୍କ କୋର୍ଟରେ ଆତ୍ମସମର୍ପଣ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ ଆଜି ରାଉରକେଲା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରାଉରକେଲା ଜିଲ୍ଲା ପୁଲିସ୍ରେ ଶ୍ରୀ ଦାସଙ୍କ ବିରୋଧରେ ହୋଇଥିବା ୧୨ଟି ମାମଲା ମଧ୍ୟରୁ ୪ଟି ମାମଲାକୁ ନେଇ ରାଉରକେଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଚଳିତ ମାସ ୧୨ ତାରିଖ ଦିନ ଶ୍ରୀ ଦାସ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ରାଉରକେଲା କୋର୍ଟରୁ ମଧ୍ୟ ତାଙ୍କୁ ଜାମିନ ମିଳିଛି । ସୂଚନା ଅନୁସାରେ, ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ କୁମାର ଦାସଙ୍କ ବିରୋଧରେ ସେକ୍ଟର-୧୯ ଥାନାରେ ୨୦୧୩ ମସିହାରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସୁବ୍ରତ ଆଚାର୍ଯ୍ୟ ଅଭିଯୋଗ ହୋଇଥିବା ବେଳେ ବେଳେ ରଘୁନାଥପାଲୀ ଥାନାରେ ସିଭିଲ ଟାଉନସିପ୍ ଅଞ୍ଚଳର ଦୁର୍ଗା ପ୍ରସାଦ ଦାସ ୧ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ସେହିପରି କୈଳାସ ଚନ୍ଦ୍ର ଲେଙ୍କା ୨୦୧୩ ମସିହାରେ ରଘୁନାଥପାଲୀ ଥାନାରେ ୭୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ସିସୋର ବିରୋଧରେ କରିଥିଲେ । ରଘୁନାଥପାଲୀ ଥାନା କେସ ନଂ.୨୫୧ରେ ଜିଆର କେସ ନଂ. ୨୨୭୨(ଏ) ୨୦୧୨ ମାମଲାକୁ ନେଇ ଶ୍ରୀ ଦାସ ଆଜି ଅପରାହ୍ନ ପ୍ରାୟ ୨ଟାରେ ରାଉରକେଲା ଏସ୍ଡ଼ିଜିଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସରକାରୀ ଓକିଲ ଜିମୁତା ସୁନାନୀ ମାମଲା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons