ସୀମାରେ ଗୁଳି ମିନିମୟ:ମହିଳା ମାଓବାଦୀ ନିହତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ମହିଳା ମାଓବାଦୀଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ୨ଜଣ ଯବାନ ଆହତ ହୋଇଥିବା ବେଳେ ମାଓକ୍ୟାମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆହତ ଯବାନମାନେ ହେଲେ ରାଜକୁମାର ସୋରି ଓ ଏଏଏଫ କନେଷ୍ଟବଳ ବାଲକମଳ ବାଘଲେ । ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିବା ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି । ମୃତା ମାଓବାଦୀଙ୍କ ପରିଚୟ ମିଳି ନାହିଁ । ସର୍ଚ୍ଚ କରାଯିବା ପରେ ମାଓକ୍ୟାମ୍ପରୁ ଗୋଟିଏ ଏସଏଲଆର ବନ୍ଧୁକ, ଥ୍ରି ନଟ୍ ଥ୍ରି ବନ୍ଧୁକ, ଗୋଟିଏ ଦୂରବିକ୍ଷଣଯନ୍ତ୍ର, ୱାକିଟକି ସେଟ୍ ସହ ମାଓସାମଗ୍ରୀ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons