ସୀମାରେ ୨୨୨ କିମି ଦାଣ୍ଡିଯାତ୍ରା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ମାଓବାଦୀମାନେ ବାରମ୍ବାର ହିଂସାକାଣ୍ଡ ଘଟାଇ ଧନଜୀବନ ନଷ୍ଟ କରୁଛନ୍ତି । ଏପରିସ୍ଥଳେ, ସୀମାନ୍ତରେ ଶାନ୍ତି ଫେରାଇ ଆଣିବା ଉଦେ୍ଧଶ୍ୟରେ ଶନିବାର ଏଠାରେ ଦାଣ୍ଡିଯାତ୍ରା-୨.୦ ଆରମ୍ଭ ହୋଇଛି । ଏହି ଯାତ୍ରା ୨୨୨ କିମି ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଉଭୟ ମାଓବାଦୀ ଓ ପୁଲିସ ଦ୍ୱାରା ପୀଡିତ ଆଦିବାସୀ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି । ଯାତ୍ରା ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାରୁ ଚଳିତ ମାସ ୧୨ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ରେ ରାୟପୁରଠାରେ ଶେଷ ହେବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ନାରାୟଣପୁର ଜିଲ୍ଲା ସଦର ମହକୁମାଠାରୁ ସିଜିନେଟ-ସ୍ୱର ମୁଖ୍ୟ ତଥା ପୂର୍ବତନ ବିବିସି ରିପୋର୍ଟର ଶୁଭ୍ରାଂଶୁ ଚୌଧୁରୀଙ୍କ ନେତୃତ୍ୱରେ ଏହି ଯାତ୍ରା ଶୁଭାରମ୍ଭ କରାଯାଇଛି । ଶତାଧିକ ମହିଳା ଓ ପୁରୁଷ ପାରମ୍ପରିକ ପୋଷାକ ପରିଧାନ କରି ଏଥିରେ ସାମିଲ ହୋଇଛନ୍ତି । ଢୋଲ, ମର୍ଦ୍ଧଳ ଓ ଅନ୍ୟ ପାରମ୍ପରିକ ବାଦ୍ୟର ତାଳେତାଳେ ଯାତ୍ରା ଆରମ୍ଭ ହୋଇଛି । ମୁହଁରେ ମାସ୍କ ପିନ୍ଧିବା ସହ ବସ୍ତର ମାଙ୍ଗେ ହିଂସା ସେ ଆଜାଦୀ ଲେଖା ବ୍ୟାନର ଧରି ଲୋକେ ନାନା ସ୍ଲୋଗାନ ଦେଇ ଯାତ୍ରାରେ ବାହାରିଛନ୍ତି । ମାଓବାଦୀଙ୍କ ହିଂସାର ଶିକାର, ବିତାଡିତ ପରିବାରଙ୍କ ସହ ପୁଲିସ ଦ୍ୱାରା ନିର୍ଯାତିତ ପରିବାର ଲୋକଙ୍କୁ ଯାତ୍ରାରେ ଦେଖିବାକୁ ମିଳିଛି । ଜନସାଧାରଣ, ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ହିଂସା ବଦଳରେ ଶାନ୍ତି ଫେରାଇ ଆଣିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ସିଜିନେଟ୍-ସ୍ୱର ସଂଗଠନ ପକ୍ଷରୁ ଏଥିପାଇଁ ୨୦୨୦ ଏପ୍ରିଲରେ ବିଭିନ୍ନ ଅନୁÂାନ ଓ ଲୋକଙ୍କ ମତ ନିଆଯାଇଥିଲା । ବସ୍ତର ଜିଲ୍ଲାର ଶତକଡା ୯୨ ପ୍ରତିଶତ ଲୋକ ଏଥିରେ ସାମିଲ ହେବାକୁ ସହମତି ପ୍ରକାଶ କରିଥିଲେ । ଦେଶରୁ ବ୍ରିଟିଶ ଶାସନକୁ ହଟାଇ ସ୍ୱାଧୀନତା ଆଣିବାକୁ ଜାତିର ପିତା ମହାତ୍ମାଗାନ୍ଧି ପ୍ରଥମ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons