ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ହୋଇଉଠିଥିଲା ଲୋକାରଣ୍ୟ । ମଧ୍ୟରାତ୍ରିରୁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ । ବୁଡ଼ ପକାଇବା ସହ ଡଙ୍ଗା ଭସାଇଥିଲେ । ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ଭରପୂର ଥିଲେ । ଭଜନକୀର୍ତ୍ତନ ଚାଲିଥିଲା । ହୁଳହୁଳି ହରିବୋଲ ଧ୍ୱନିରେ କମ୍ପୁଥିଲା ଶ୍ରୀମନ୍ଦିର । ରତ୍ନସିଂହାସନରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ରାଜାଧିରାଜବେଶ ତଥା ସୁନାବେଶ ଦର୍ଶନ କରିଥିଲେ ଭକ୍ତ । ଭୋର ୫ଟାରେ ସରିଥିଲା ମହାପ୍ରଭୁଙ୍କ ବେଶ । ନୀତି ସଅଳ ହୋଇ ପୂର୍ବାହ୍ନ ସାଢେ୧୧ଟାରେ ଠାକୁରଙ୍କ ଭୋଗମଣ୍ଡପ ସରିଥିଲା । ଏଣୁ ଶ୍ରଦ୍ଧାଳୁମାନେ ଶୀଘ୍ର ଅନ୍ନ ମହାପ୍ରସାଦ ପାଇଥିଲେ ।
ଗତକାଲି ରାତି ୧୨ଟାରେ ଠାକୁରଙ୍କ ପହୁଡ଼ ହୋଇଥିଲା । ବିଳମ୍ୱିତ ରାତି ୧ଟା୪୦ମିନିଟରେ ଠାକୁରଙ୍କ ଦ୍ୱାର ଫିଟିଥିଲା । ମଙ୍ଗଳାଳତି ୨ଟା୧୫ମିନିଟ୍ରେ ଶେଷହୋଇ ଅବକାଶ ଭୋର ୩ଟା୩୫ମିନିଟରେ ସରିଥିଲା । ସକାଳ ୫ଟା ସୁଦ୍ଧା ଶ୍ରୀବିଗ୍ରହଙ୍କ ସୁନାବେଶ ଶେଷ ହୋଇଥିଲା । ଗୋପାଳବଲ୍ଲଭ ଭୋଗ ସରିଥିଲା ୬ଟା୫ମିନିଟ୍ରେ । ସକାଳଧୂପ ୭ଟା୪୫ମିନିଟ୍ରେ ଓ ବାଳଧୂପ ୯ଟା୫ମିନିଟ୍ରେ ସରିଥିଲା । ଭୋଗମଣ୍ଡପ ସାଢେ଼ ୧୧ଟାରେ ସରିବାରେ ଶ୍ରଦ୍ଧାଳୁମାନେ ଶୀଘ୍ର ଅବଢ଼ା ପାଇ ପାରିଥିଲେ । ଶ୍ରୀବିଗ୍ରହଙ୍କ ବେଶ ଉଲାଗି ହୋଇଥିଲା ଅପରାହ୍ନ ୨ଟା୫୫ମିନିଟ୍ରେ । ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଥିଲା । ରାତିପର୍ଯ୍ୟନ୍ତ ଭିଡ଼ ଲାଗିଥିଲା । ପୁରୀରେ ୪ ଲକ୍ଷରୁ ଅଧିକ ଜନ ସମାଗମ ଆକଳନ କରାଯାଉଛି ।
ଗତକାଲି ରାତିରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । କୀର୍ତ୍ତନ ମଣ୍ଡଳୀର ଧ୍ୱନି ସାଙ୍ଗକୁ ଭକ୍ତମାନଙ୍କର ଅସମ୍ଭବ ଭିଡ଼ ଶ୍ରୀକ୍ଷେତ୍ରକୁ ଉତ୍ସବମୁଖର କରିିଥିଲା । ବଡ଼ଦାଣ୍ଡ, ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଭରପୁର ଭିଡ଼ ଥିଲା । ଶ୍ରୀମନ୍ଦିର ସିଂହଦ୍ୱାରଠାରେ ହୋଇଥିବା ବ୍ୟାରିକେଡ଼ ଭିତରେ ଭକ୍ତମାନେ ତିନି ଥାକିଆ ଲମ୍ୱାଧାଡ଼ିରେ ଯାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ସକାଳ ୯ଟା ବେଳକୁ ମରଚିକୋଟ ଛକକୁ ଛୁଇଁଥିଲା ଶ୍ରଦ୍ଧାଳୁଙ୍କ ଧାଡ଼ି । ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ଦଫା ଦଫା ହୋଇ ଶ୍ରୀମନ୍ଦିର ବାଇଶି ପାହାଚ, କୀର୍ତ୍ତନ ଚକଡ଼ା, ସାତ ପାହାଚ ଦେଇ ନାଟମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ବେଢ଼ାସ୍ଥିତ ପାଶ୍ୱର୍ ଦେବଦେବୀଙ୍କ ମନ୍ଦିରରେ ଭକ୍ତମାନଙ୍କର ଲମ୍ୱାଧାଡ଼ି ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହେଉଥିଲା । ବରିÂ ଅଧିକାରୀମାନେ ଦର୍ଶନାର୍ଥୀଙ୍କ ହୋଇଥିବା ବ୍ୟବସ୍ଥାବଳୀର ତଦାରଖ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons