ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ସିଂହଦ୍ୱାର ରଥ ଚକଡ଼ାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶକୁ ଦଶ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରି କୃପା ଲାଭ କରିଛନ୍ତି । ମହାପ୍ରଭୁଙ୍କ ଦୁର୍ମୂଲ୍ୟ ସୁନାବେଶ ଆଭୂଷଣ ଲାଗି ସଅଳ ଆରମ୍ଭ ହୋଇଥିଲା । ଅପରାହ୍ନ ୩ଟା ୪୦ ମିନିଟରେ ଭଣ୍ଡାର ଘରୁ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ରଥ ଉପରକୁ ଅଣାଯାଇଥିଲା । ଅପରାହ୍ନ ୪ଟା ୨୨ ମିନିଟରେ ମହାପ୍ରଭୁଙ୍କୁ ସୁନାବେଶ ଆଭୂଷଣ ଲାଗି ବଢ଼ିଥିଲ।। । ବେଶ ଆରମ୍ଭରୁ ଭକ୍ତମାନେ ସୁନାବେଶ ଦର୍ଶନର ସୁଯୋଗ ପାଇଥିଲେ । ବେଶ ସରିବା ବେଳକୁ ଝିପି ଝିପି ବର୍ଷା ସ୍ୱଳ୍ପ ସମୟ ପାଇଁ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା । କିଛି କ୍ଷଣ ମଧ୍ୟରେ କିନ୍ତୁ ବର୍ଷା ଥମି ଯାଇଥିଲା । ବେଶ ପ୍ରାରମ୍ଭରେ ଦର୍ଶନାର୍ଥୀଙ୍କ ଭିଡ଼ ପତଳା ଥିଲା । ବେଶ ସରିବା ବେଳାକୁ କିନ୍ତୁ ଗହଳି ବଢ଼ିିଥିଲା । ରାତି ଆଠଟା ବେଳକୁ ଭକ୍ତ ଭିଡ଼ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା । ପ୍ରଶାସନର ତାଗିଦା ସତ୍ତେ୍ୱ ରଥ ଉପରେ ସୁନାବେଶ ଦର୍ଶନରେ ଅବରୋଧ ସଂପୂର୍ଣ୍ଣ ହଟିନଥିଲା । ଜଗନ୍ନାଥ ଏବଂ ବଡ଼ଠାକୁରଙ୍କ ସାମନାରେ ମାତ୍ର ଦୁଇ ଫୁଟ ଫାଙ୍କା ରହିଥିଲା । ରଥ ଚଳେ ବ୍ୟାରିକେଡ ଦେଇ ଅତିକ୍ରମ କରୁଥିବା ଦର୍ଶନ।।ର୍ଥୀ କ୍ଷଣକୁ ପାଇଁ ସୁନାଦେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ । ପୂର୍ବବର୍ଷ ତୁଳନ।।ରେ ରଥ ଉପରେ ସୁନାବେଶ ଦର୍ଶନ ଅବରୋଧ ଅଧିକ ଥିବା ନେଇ ଦର୍ଶନାର୍ଥୀ ପ୍ରତିକ୍ରିୟାରେ କହିଥିଲେ । ରଥ ଉପରେ ଠାକୁରଙ୍କ ଦୁଇ କଡ଼ରେ ସେବାୟତମାନେ (ଅଧିକାଂଶ ଦଇତାପତି) ବସି ଯାଇଥିଲେ । ତେଣୁ ଭକ୍ତ ରଥ କଡ଼ରୁ ସୁନାବେଶ ଦର୍ଶନର ସୁଯୋଗ ପାଇନଥିଲେ ।
ତିନି ରଥ ବାହୁଡା ଯାତ୍ରାରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଚଳିତ ବର୍ଷ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ସମ୍ପନ୍ନ ହୋଇଥିଲା । ଦିନ ତମାମ ପାଣିପାଗ ଅନୁକୂଳ କାରଣରୁ ସୁନାବେଶ ଦର୍ଶନାର୍ଥୀଙ୍କ ଭିଡ ଆଶା ଠାରୁ ଅଧିକ ରହିଥିଲା । ରାତି ୯ଟା ବେଳକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ଅସମ୍ଭାଳ ରୂପ ନେଇଥିଲା । ରାତି ୧୧ଟା ସୁଦ୍ଧା ୧୦ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ସୁନାଦେଶ ଦର୍ଶନ କରିଥିଲେ ।
ଶ୍ରୀମନ୍ଦିର ଭଣ୍ଡାରଘରୁ ପାଳିଆ ମେକାପ ଓ ଖୁଣ୍ଟିଆ ସେବକମାନେ ଦାରୁଦେବତାଙ୍କ ବହୁମୂଲ୍ୟ ଅଳଙ୍କାରମାନ ରଥ ଉପରକୁ ଆଣିଥିଲେ । ମହାପ୍ରଭୁଙ୍କୁ ପୁଷ୍ପାଳକ ସେବକ ଦଇତାପତିଙ୍କ ସହ ମିଶି ଦୁର୍ଲଭ ମଣିମାଣିକ୍ୟ, ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାରକୁ ପ୍ରଭୁଙ୍କୁ ଲାଗି କରିଥିଲେ । ବ୍ୟାରିକେଡ ଦେଇ ଭକ୍ତମାନେ ରଥ ସମ୍ମୁଖକୁ ବାମ କଡରୁ ପ୍ରବେଶ କରି ଡାହାଣ ପାଶ୍ୱର୍ ଦେଇ ପ୍ରସ୍ଥାନ କରିଥିଲେ । ଦିନତମାମ ରଥ ଉପରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ । ଦିନ ତମାମ ଖରା, ମେଘର ଲୁଚକାଳି ଖେଳ ଚାଲିଥିଲା । ସନ୍ଧ୍ୟାରୁ ନିରନ୍ତର ଦର୍ଶନ।।ର୍ଥୀଙ୍କ ଭିଡି ବଢ଼ିଚାଲିିଥିଲା ।
ସୁନାବେଶ ନୀତି ସଅଳ ଆରମ୍ଭ ହୋଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପ ଅପରାହ୍ନ ୧ଟା ୧୦ମିନିଟରେ ଶେଷ ହେବା ପରେ ପରେ ମଧ୍ୟାହ୍ନ ଧୂପ ୧ଟା ୪୫ ମିନିଟରେ ସରି ସୁନାବେଶ ଆରମ୍ଭ ହୋଇଥିଲା । ସୁନାବେଶ ଆଭୁଷଣ ଓଲାଗି ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ ।
ଆଜି ମଙ୍ଗଳ ଆଳତି, ଅବକାଶ , ବେଶ ପରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଗୋପାଳ ବଲ୍ଲଭ ଭୋଗ ହୋଇ ସକାଳ ଧୂପ ବାହାରିଥିଲା । ଏହା ପରେ ଯାତ୍ରାଙ୍ଗୀ ମହାସ୍ନାନ ବଢ଼ି ସର୍ବାଙ୍ଗ ନୀତି ବଢ଼ିବା ବେଳକୁ ୧୨ଟା ୩୫ ମିନିଟ, ବେଶ ଅପରାହ୍ନ ୧ଟା ବାଜିଥିଲା । ଏହା ପରେ ମଧ୍ୟାହ୍ନ ଧୂପ ନୀତି ୧ଟା ୪୫ ମିନିଟରେ ରଥ ଉପରେ ସରିବା ପରେ ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅପରାହ୍ନ ୪ଟା ୨୦ ମିନିଟରେ ସୁନାବେଶ ସରିବା ପରେ ସାଢ଼େ ୪ଟାରେ ସନ୍ଧ୍ୟା ଆଳତି ନୀତି ସରିଥିଲା ।
ବାହାରଭଣ୍ଡାର ଘରରୁ ରତ୍ନ ଅଳଙ୍କାର ମଣତି ହୋଇ ରଥ ଉପରକୁ ବେଶ ସାମଗ୍ରୀ ବିଜେ କରିଥିଲା । ଶ୍ରୀମନ୍ଦିର ଭଣ୍ଡାରଘରୁ ପାଳିଆ ମେକାପ ଓ ଖୁଣ୍ଟିଆ ସେବକମାନେ ଦାରୁଦେବତାଙ୍କ ବହୁମୂଲ୍ୟ ଅଳଙ୍କାରମାନ ରଥ ଉପରକୁ ଆଣିଥିଲେ । ପୁଷ୍ପାଳକଙ୍କ ସହ ଦଇତାପତି ଆଭୂଷଣ ଲାଗି କରିଥିଲେ । ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟୀ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡ଼ାମାଳି, ବାଘନଖି ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି ପ୍ରଭୃତି ଅଳଙ୍କାର ଲାଗି ହୋଇଥିଲା । ମା’ ସୁଭଦ୍ରାଙ୍କୁ କିରୀଟୀ, ଓଡ଼ିଆଣି, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, ତଗଡ଼ି ଓ ସେବତୀ ମାଳି ଲାଗି ହୋଇଥିଲା । ଶ୍ରୀଜଗନ୍ନାଥଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟୀ, ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ, କାନ, ଆଡ଼କାନି, ଘାଗଡା ମାଳି, କଦମ୍ୱ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ଓ ରୌପ୍ୟ ଶଙ୍ଖ, ହରିଡ଼ା, କଦମ୍ୱ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି ଅଳଙ୍କାର ଲାଗି ହୋଇଥିଲା ।
ସୁନାବେଶରେ ଥିବା ବେଳେ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଧୂପ, ମହାଦୀପ ବନ୍ଦାପନା ନୀତି ସମ୍ପନ୍ନ ହେବା ପରେ ସୁନାବେଶ ଓଲାଗି ହୋଇଥିଲା । ବେଶ ଅଭୂଷଣ ଓଲାଗି ସରିବା ବେଳକୁ ରାତି ଏଗାରଟା ଅତିକ୍ରମ କରିଥିଲା । ତା ପରେ ପରେ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ମଇଲମ, ମହାସ୍ନାନ ପୂଜା ଠା ବସିଥିଲା । ଏହ ପରେ ଗରୁଡ ଶୟନ ନୀତି ଆରମ୍ଭ ହୋଇଥିଲା । ଶୟନ ନୀତି ପରେ ପ୍ରଭୁଙ୍କ ରାତ୍ର ପହୁଡ଼ ପଡିଥିଲା ।
ପ୍ରଭୁଙ୍କ ସୁନାବେଶରେ ମହଣ ମହଣ ସୁନା ଆଭୂଷଣ ଲାଗି ହୋଇଥିଲା । ରାତିରେ ଶ୍ରୀବିଗ୍ରହମାନେ ଉଜ୍ଜ୍ୱଳ ଆଲୋକରେ ଝଲସୁଥିଲେ । ଚତୁଃପାଶ୍ୱର୍କୁ ଉଜ୍ଜଳ ବିଜୁଳି ଆଲୁଆ ବିଚ୍ଛୁରିତ ହେଉଥିଲା । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ସିଂହଦ୍ୱାର । ଅଗଣିତ ଭକ୍ତ ରଥ ସମ୍ମୁଖକୁ ଆସି ଠାକୁରଙ୍କ ଏହି ଦିବ୍ୟବେଶ ଦେଖି ମନସ୍କାମନା ପୂରଣ କରିଥିଲେ । ପୁଲିସ ଫୋର୍ସର କଡା କର୍ଡନରେ ତିନି ରଥ ରହିଥିଲା । ସେହିଭଳି କର୍ଡନ ସାରା ପୁଲିସ ବ୍ୟବସ୍ଥା ହୋଇଥିଲା । ସହର ସାରା ଟ୍ରାଫିକ କଟକଣା ଲାଗୁ ହୋଇଥିଲା । ସହରର ସମସ୍ତ ଗଳିକୁ ସିଲ କରି ଦିଆଯାଇଥିଲା । ଯାନବାହନ ପାର୍କିଂ ପାଇଁ ପ୍ରଶାସନ ଏବଂ ଘରୋଇ ସଂସ୍ଥାମାନେ ସୁବିଧା କରିଥିଲେ । ଘରୋଇ ପାର୍କିଂ ସ୍ଥାନରେ ଚଢ଼ା ଦର ଲାଗୁ କରିବା ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ପ୍ରବଳ ଗହଳି ଲାଗିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons