ବାଲିଆପାଳ,(ବି.ବି.ନୁ୍ୟଜ୍): ଶୂନଶାନ ରାସ୍ତାରେ ଭୁଜାଲି ଦେଖାଇ ସୁନା ଚେନ୍ ଲୁଟ୍ କରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଲା । ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ି ନିସ୍ତୁକ ମାଡ଼ ଖାଇଲେ । ଏଭଳି ଘଟଣା ଘଟିଛି ବାଲିଆପାଳ ଥାନା ରେମୁ ଛକ ନିକଟରେ । ସୂଚନା ଅନୁଯାୟୀ, ନାବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସାଧନା ଦାସଅଧିକାରୀ ମଙ୍ଗଳବାର ମଧ୍ୟାହ୍ନ ୧ଟାରେ ସ୍କୁଟି ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୨ଜଣ ଯୁବକ ତାଙ୍କୁ ଏକ ବାଇକ୍ରେ ପିଛା କରିଥିଲେ । ଅଧ୍ୟାପିକାଙ୍କ ସ୍କୁଟିକୁ ଧକ୍କା ମାରିବା ସହ ଭୁଜାଲି ଦେଖାଇ ତାଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ । ଅଧ୍ୟାପିକା ଚିକ୍ରାର କରିବାରୁ ସ୍ଥାନୀୟ ଲୋକମାନେ ୨ ଯୁବକଙ୍କୁ କାବୁ କରିଥିଲେ ଏବଂ ଦଉଡ଼ିରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ବାଲିଆପାଳ ପୁଲିସ ଦୁଇ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଦୁଇ ଲୁଟେରା ହେଉଛନ୍ତି ହଳଦିପଦା ଅଞ୍ଚଳର ରଞ୍ଜନ ପରିଡ଼ା ଓ ରବି ନାୟକ । ଦୁଇ ଜଣଙ୍କ ନାମରେ ପୂର୍ବରୁ ଜାତୀୟ ରାଜପଥରେ ଅନେକ ଲୁଟ୍ପାଟ୍ ମାମଲା ସହିତ ବିଭିନ୍ନ ଥାନାରେ ଚୋରି, ରାଜାହାନୀ ଭଳି ସଙ୍ଗିନ ଅଭିଯୋଗ ଥିବା ଜଣାଯାଇଛି । ଦୁଇ ଜଣ ବାଲିଆପାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଚିକିତ୍ସାଧୀନ ଥିବାବେଳେ ପୁଲିସ ପକ୍ଷରୁ ସେଠାରେ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି । ଦୁଇ ଜଣ ସୁସ୍ଥ ହୋଇ ଫେରିବା ପରେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିମଳ କୁମାର ନାୟକ କହିଛନ୍ତି । ସୂଚନା ଯୋଗ୍ୟ, ପ୍ରାୟ ଏକ ମାସ ତଳେ ବାଲିଆପାଳ କାଳିପଦା ରାସ୍ତାରେ ଏହିଭଳି ଭାବରେ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ୨ଜଣ ଯୁବକ ସୁନା ଚେନ୍ ଛିଣ୍ଡାଇ ନେଇ ପଳାଇଥିଲେ ।
Comments are closed, but trackbacks and pingbacks are open.