ସୁନା ଚୋରକୁ ଧରିଲା ପୋଲିସ

Get real time updates directly on you device, subscribe now.

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାରେ ପୁଲିସକୁ ମିଳିଲା ବଡ ସଫଳତା। ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୁଲିସ। ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।ସେ କହିଛନ୍ତି,ଗତ ଅକ୍ଟୋବର ମାସ ୧୨ତାରିଖରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ସୁନା ଚୋରି ହୋଇଥିଲା। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ଚୋରି ହୋଇଥିବା ୬ କେଜି ୫୦୧ ଗ୍ରାମ ସୁନା ଜବତ କରାଯାଇଛି। ଚୋରି କରିଥିବା ଅଭିଯୋଗରେ ୧୦ଜଣ ଓ ସୁନା କିଣିଥିବା ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍‌।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons