ସୁନା ସଫା କରିବା ବାହାନାରେ ମହିଳାଙ୍କଠାରୁ ଲୁଟିନେଲେ ଲୁଟେରା

Get real time updates directly on you device, subscribe now.

ସୋର: ଅଭିନବ ଉପାୟରେ ଲୁଟ ।ଅଳଙ୍କାର ସଫା କରିବା ବାହାନାରେ ମହିଳା ଠାରୁ ଲୁଟ କରି ଫେରାର ଲୁଟେରା ।ବାଲେଶ୍ଵର ଜିଲ୍ଲା ସୋର ଥାନା ବାଳଙ୍ଗ ଗ୍ରାମରେ ସୁବାସୀନ ସେଠିଙ୍କ ଠାରୁ ଦେଢ଼ ଭରି ଓଜନର ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସୁବାସୀନ ଘରେ ଏକୁଟିଆ ଥିବାବେଳେ ୨ଜଣ ଲୁଟେରା ଏକ ବାଇକ ଯୋଗେ ଆସିଥିଲେ । ଠାକୁର ଘର ବାସନ ସଫା କରିବା ପାଈଁ ସେମାନେ କହିଥିଲେ ।ଠାକୁର ଘର ବାସନ ସଫା କରିବାପରେ ସୁନା ଅଳଙ୍କାର ବି ସେମାନେ ସଫା କରନ୍ତି ବୋଲି କହିଥିଲେ ।ଫଳରେ ସୁବାସିନୀ ସେମାନଙ୍କୁ ତାଙ୍କ ସୁନା ଅଳଙ୍କାର ମଧ୍ୟ ସଫା କରିବାକୁ ଦେଇଥିଲେ ।
ସୁନା ସଫା ଚାଲିଥିବାବେଳେ ଲୁଟେରା ମାନେ ପାଣି ପିଇବୁ ବୋଲି କହିଥିଲେ । ଫଳରେ ସୁବାସିନୀ ପାଣି ଆଣିବାକୁ ଘରକୁ ଯାଇ ଆସି ଦେଖିଲା ବେଳକୁ ସେମାନେ ସୁନ ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି । କିଛି ଦିନ ଧରି ସୋର ଅଞ୍ଚଳରେ ନୂଆ ନୂଆ ଉପାୟରେ ଲୁଟେରା ଲୁଟ କରି ଚାଲିଛନ୍ତି ।ପୋଲିସ ହାତ ବାନ୍ଧି ବସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons