ସୁନା ୪୭୫ ଟଙ୍କା ମହଙ୍ଗା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଚାହିଦା ବଳବତ୍ତର ହେବା ଫଳରେ ଶୁକ୍ରବାର ସୁନା ଦରରେ ପୁଣି ବୃଦ୍ଧି ଘଟିଛି । ୧୦ ଗ୍ରାମ ପିଛା ଏଥିରେ ୪୭୫ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୩୮,୪୨୦ ଟଙ୍କାରେ ପହଞ୍ଚିଥିବା ସର୍ବ ଭାରତୀୟ ସରାଫା ସଂଘ ପକ୍ଷରୁ ପ୍ରକାଶ ।
ସେହିପରି ଶିଳ୍ପ ୟୁନିଟ୍ ଏବଂ କଏନ୍ ନିର୍ମାତାଙ୍କ ମଧ୍ୟରେ ଉତ୍ସାହ ଯୋଗୁ ରୁପା ମୂଲ୍ୟରେ ବି ବୃଦ୍ଧି ଘଟିଛି । କିଲୋଗ୍ରାମ ପିଛା ଏଥିରେ ୩୭୮ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୪୪,୬୮୮ ଟଙ୍କାରେ ପହଞ୍ଚିଛି ।
ନ୍ୟୁୟର୍କରେ ଆଉନ୍ସ ପିଛା ସୁନା ୧,୫୧୩ ଡଲାର ଥିବାବେଳେ ରୁପା ୧୭.୨୬ ଡଲାର ଅଛି ।
ଘରୋଇ ବଜାରରେ ୯୯.୯% ଏବଂ ୯୯.୫% ଶୁଦ୍ଧତାବିଶିଷ୍ଟ ସୁନା ମୂଲ୍ୟରେ ୪୭୫ ଟଙ୍କା ଲେଖାଏଁ ବୃଦ୍ଧି ଘଟି ୧୦ ଗ୍ରାମ ପିଛା ଯଥାକ୍ରମେ ୩୮,୪୨୦ ଟଙ୍କା ଏବଂ ୩୮,୨୫୦ ଟଙ୍କା ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons