କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜେଲ୍ରେ ସଜ୍ଜାଭୋଗୁଥିବା ଜଣେ ବଳା+ାରୀକୁ କେନ୍ଦୁଝର ସ୍ୱତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇ ଥିବା ବେଳେ ଶୁକ୍ରବାର ଏହି ଜେଲ୍ରେ ନାବାଳିକାକୁ ବଳା+ାର ଉଦ୍ୟମ ଅଭିଯୋଗରେ ଅଟକ ଥିବା ଜଣେ ବିଚାରାଧୀନ କଏଦୀର ମୃତୁ୍ୟ ଘଟିଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମିଶ୍ରମାଲ ଅଞ୍ଚଳର ଟୁରି ମୁଣ୍ଡା(୫୭) । ଅନ୍ୟପଟେ ଗତ ୧ ମାସ ମଧ୍ୟରେ ଦୁଇଜଣ ନାବାଳିକା ବଳା+ାରୀ ଜେଲ୍ରେ ପ୍ରାଣ ହରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଫାଶୀ ଦଣ୍ଡାଦେଶ ଶୁଣି ଟୁରି ନିଜର ଭାଗ୍ୟ ଆଗକୁ କ’ଣ ହେବ ସେନେଇ ଚିନ୍ତା କରି କରି ଶେଷରେ ଆଖିବୁଜି ଦେଇଥିବା କୁହାଯାଇଛି ।
ଗୁରୁବାର କେନ୍ଦୁଝର ଅଦାଲତରେ ଏକ ବଳା+ାର ଘଟଣାର ଐତିହାସିକ ରାୟ ପ୍ରକାଶ ପାଇଥିଲା । ଜଣେ ଶିଶୁକୁ ବଳା+ାର ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନୀଲ କୁମାର ନାଏକକୁ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଘଟଣା ପରଠାରୁ ଟୁରି ଚିନ୍ତାରେ ଥିବାବେଳେ ମାନସିକ ସ୍ଥିତି ହରାଇ ବସିଥିଲା ବୋଲି କେନ୍ଦୁଝର ଜେଲ ଅଧୀକ୍ଷକ ଗରିବ ସାହୁ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳେ ବିଚାରାଧୀନ ଅଭିଯୁକ୍ତ ଟୁରି ଖାଦ୍ୟ ନେଇ ନିଜ ପ୍ରକୋÂକୁ ଯାଇଥିଲା । ଏହି ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା । ଦାୟିତ୍ୱରେ ଥିବା ଜେଲ୍ କର୍ମଚାରୀଙ୍କ ଠାରୁ ସୂଚନା ପାଇ ତାକୁ ଜେଲ୍ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଜେଲ୍ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ଟୁରିକୁ କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାକୁ ମୃତ ଘୋଷଣା କରାଯାଇ ଥିଲା ବୋଲି ଜେଲ୍ ଅଧୀକ୍ଷକ କହିଛନ୍ତି । ସେ ଆହୁରି କହିଛନ୍ତି, ନାବାଳିକା ବଳା+ାରୀଙ୍କ ପ୍ରତି ଅଦାଲତ କଡ଼ା ଆଭିମୁଖ୍ୟ ଦେଖାଉଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ଘଟଣା ପରେ ମୃତ ଟୁରିର ଘରକୁ ଖବର ଦିଆଯାଇଥିଲା । କିନ୍ତୁ ପରିବାର ଲୋକେ ଆସିବାକୁ ମନା କରି ଦେଇଥିଲେ । ଶେଷରେ ପଣ୍ଡାପଡ଼ା ପୁଲିସର ହସ୍ତକ୍ଷେପ ପରେ ଟୁରିର ସାନଭାଇ କେନ୍ଦୁଝର ଆସିଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କ ଗାଁ ମିଶ୍ରମାଲକୁ ପଠାଇ ଦେଇଥିଲେ । ଅନ୍ୟପଟେ ଗତ ମାସ ୧୮ ତାରିଖ କେନ୍ଦୁଝର କାରାଗାରରେ ଜଣେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରଦୀପ ଜଣେ ନାବାଳିକାକୁ ବଳା+ାର ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ବନ୍ଦୀ ଜୀବନ କଟାଉଥିଲା । ଅଭିଯୁକ୍ତ ପ୍ରଦୀପ ମଧ୍ୟ କାର୍ଯ୍ୟାନୁÂାନ ଭୟରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କେନ୍ଦୁଝର ଜେଲ୍ରେ ବିଭିନ୍ନ କାରଣରୁ ୪ ମାସ ମଧ୍ୟରେ ୫ ଜଣ କଏଦୀଙ୍କ ଅସ୍ୱାଭାବିକ ମୃତୁ୍ୟ ହୋଇଛି ।
ସୂଚନା ଥାଉକି, ୨୦୧୮ ମେ’ ୪ ତାରିଖ ଜଣେ ସମ୍ପର୍କିୟା ନାତୁଣୀ(୧୦ ବର୍ଷ)କୁ ଟୁରି ବଳ+ାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ କେସ୍ ନଂ ୩୨/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ବିରୋଧରେ ୩୫୪ (ଏ), ୩୫୪ (ବି) ଆଇପିସି ସହିତ ୮ ପୋକ୍ସୋ ଆଇନରେ ଚାର୍ଜସିଟ୍ ହୋଇଥିଲା । ଏହି ଘଟଣାରେ ପରିବାର ଲୋକେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ । ପରିବାର ଲୋକେ ତାକୁ ଦେଖା କରିବାକୁ ଜେଲ୍କୁ ମଧ୍ୟ ଆସୁ ନଥିଲେ କି ଜାମିନ ପାଇଁ ସହଯୋଗ କରୁନଥିଲେ । ଘଟଣାକୁ ନେଇ ଟୁରି ଅନେକ ସମୟରେ ମାନସିକ ଭାରସାମ୍ୟ ହରାଇବା ସହ ଅନୁତପ୍ତ ଥିଲେ ।
Comments are closed, but trackbacks and pingbacks are open.