ସୁନ୍ଦରଗଡ଼ରୁ ୫୨ କରୋନା ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ପୁଣି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଅଧିକାରୀଙ୍କ ସମେତ ୩୧ ଜଣ ପୁଲିସ୍ କର୍ମଚାରୀ ଅଛନ୍ତି । ଫଳରେ ପୁଲିସ୍ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳି ଯାଇଛି ।
ମିଳିଥିବା ସୂଚନାନୁସାରେ ବୀରମିତ୍ରପୁର ନାବାଳିକା ବଳାକ୍ରାର ଓ ଗର୍ଭପାତ ଘଟଣାରେ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଥିବା ପ୍ରଥମ ପର୍ଯ୍ୟାୟରେ ଜଣେ ଡିଏସ୍ପିଙ୍କ ସମେତ ୫ ପୁଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ରିଜର୍ଭ ପୁଲିସ୍ ଲାଇନ ଓ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ମୋଟ ୯୦ ଜଣ ପୁଲିସ୍ କର୍ମଚାରୀଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା । ପରୀକ୍ଷା ରିପୋର୍ଟ ଆସିବା ପରେ ୯୦ ଜଣଙ୍କ ମଧ୍ୟରୁ ୩୧ ପୁଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ଡିଏସ୍ପି ଓ ଜଣେ ଇନ୍ସପେକ୍ଟର ଅଛନ୍ତି । ପୁଲିସ୍ କର୍ମଚାରୀଙ୍କ ଛଡ଼ା ଶଙ୍କରା କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ, ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ସଂକ୍ରମିତ ହୋଇଛନ୍ତି । ସେହିପରି ସର୍ଗିପାଲି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୋବାଇଲ ଭ୍ୟାନ୍ରେ ବୁଲି ବୁଲି ଲୋକଙ୍କ ସେବା କରୁଥିବା ଜଣେ ହୋମିଓ ପାଥିକ ଡାକ୍ତର, ଫର୍ମାସିଷ୍ଟ ଓ ଚାଳକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମଙ୍ଗସପୁର ପ୍ରାଥମିକ ସ୍ୱାସ୍ଥ୍ୟ ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏତଦ୍ବ୍ୟତୀତ ରାଉରକେଲା ସେକ୍ଟର-୧୭ ‘ଏ’ ବ୍ଲକରେ ରହୁଥିବା ଜଣେ କରୋନା ଯୋଦ୍ଧା ପାଟନାରୁ ଫେରି ହୋମ କ୍ୱାରେଣ୍ଟାଇନ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ୱାବ୍ ପଜିଟିଭ ଆସିଛି । ବାସନ୍ତୀ କଲୋନୀ ‘ଡିଏମ୍’ ବ୍ଲକରୁ ୩, ସେକ୍ଟର-୭ ‘ଏ’ ବ୍ଲକ ଅଞ୍ଚଳରୁ ୨ ଜଣ, ହାଇଟେକ ହସ୍ପିଟାଲର ୪ କର୍ମଚାରୀ, କୋଇଡାରୁ ୩ ଜଣ, ବଡ଼ଗାଁ, କୁତ୍ରା ଓ ବୀରମିତ୍ରପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons