ଲହୁଣିପଡ଼ା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାବଣଝୁଲା ବସ୍ତିର ଗାଇଡେଗାପଡ଼ାରେ ଗତ ୯ ତାରିଖ ସଂଧ୍ୟାରେ ଡାହାଣୀ ସନେ୍ଦହରେ ଜଣେ ମହିଳା, ତାଙ୍କ ସ୍ୱାମୀ ଓ ଶିଶୁକନ୍ୟାକୁ କିଛି ଲୋକ ଘରୁ ଟାଣି ଆଣିଥିଲେ । ସ୍ୱାମୀ ଲୋକଙ୍କ କବଳରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ । ୫ ଦିନ ପରେ ଅର୍ଥାତ୍ ଆଜି ମହିଳାଙ୍କ ମୃତ ଦେହକୁ ନଦୀରୁ ପୁଲିସ୍ ଠାବ କରିଥିବା ବେଳେ ଶିଶୁ କନ୍ୟାର କୌଣସି ପତ୍ତା ମିଳିନାହିଁ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ବେଶ ଆଲୋଚନାରେ ବିଷୟ ହୋଇଛି ।
ଗାଇଡେଗାପଡ଼ାରେ ବିର୍ସା କେର୍କେଟା (୩୨), ତାଙ୍କ ପତ୍ନୀ ଗାଙ୍ଗି (୨୮) ଓ ୫ ବର୍ଷର ଶିଶୁ କନ୍ୟା ଶିବାନୀ ବସବାସ କରନ୍ତି । ଗତ ୯ ତାରିଖ ସଂଧ୍ୟାରେ ପଡ଼ାର କିଛି ଲୋକ ବୈଠକ କରିଥିଲେ । ଏହା ପରେ ସେହି ଲୋକମାନେ ବିର୍ସାଙ୍କ ଘରକୁ ଯାଇ ତାଙ୍କୁ, ଗାଙ୍ଗି ଓ ଶିବାନୀଙ୍କୁ ଘର ଭିତରୁ ଟାଣି ଆଣିଥିଲେ । ତେବେ ଲୋକଙ୍କ କବଳରୁ ବିର୍ସା ଖସି ଯାଇଥିବା ବେଳେ ଗାଙ୍ଗିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଲୋକଙ୍କ ଆକ୍ରମଣରେ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଏହା ପରେ ଉକ୍ତ ପଡ଼ାରୁ ୫ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀ ନଦୀ ଆଡକୁ ଗାଙ୍ଗିଙ୍କୁ ଘୋଷାଡି ଘୋଷାଡି ନେଇ ଯାଇ ନଦୀରେ ଫିଙ୍ଗି ଦେଇଥିଲେ । ଲୋକଙ୍କ ଭୟରେ ୧୦ ତାରିଖ ଦିନ ବିର୍ସା ଘରୁ ନ ଆସି ୧୧ ତାରିଖ ଦିନ ଫୋନ ଯୋଗେ ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ବହୁ ଖୋଜାଖୋଜି କରିଥିଲେ ହେଁ ଗାଙ୍ଗିଙ୍କ ସନ୍ଧାନ ପାଇ ନଥିଲା । ଆଜି ନଦୀରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି କେତେକ ଲୋକ ପୁଲିସ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ୍ ସେଠାରେ ପହଞ୍ଚି ଶବକୁ ଜବତ କରି ବିର୍ସାଙ୍କୁ ସେଠାକୁ ଡକାଇଥିଲେ । ମିଳିଥିବା ମୃତ ଦେହ ତାଙ୍କ ପତ୍ନୀଙ୍କ ବୋଲି ସେ ଚିହ୍ନଟ କରିଥିଲେ । ଏହା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି । ହେଲେ ଶିଶୁକନ୍ୟା ଶିବାନୀ ଏବେ କେଉଁଠି ତାର କୌଣସି ପତ୍ତା ମିଳି ପାରିନାହିଁ । କେଉଁମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ଧରିବା ଲାଗି ପୁଲିସ୍ ଏକ ଟିମ ଗଠନ କରିଛି ।
Comments are closed, but trackbacks and pingbacks are open.