ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ମୋ ସରକାର କାର୍ଯ୍ୟରେ ବିଶ୍ୱାସ କରେ । ଓଡ଼ିଶା ଲୋକଙ୍କ ବିକାଶ କରିବା ମୋ ସରକାର ପ୍ରାଥମିକତା ଦେଇ ଆସୁଛି । ସୁନ୍ଦରଗଡ଼ ଆସିଲେ ବିଜୁ ବାବୁଙ୍କ କଥା ମନେପଡେ । ସୁନ୍ଦରଗଡ଼କୁ ବିଜୁ ବାବୁ ବହୁତ ଭଲ ପାଉଥିଲେ ।
ଆଜି ଏଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଥିଲେ । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ସଦର ମହକୁମା ଗସ୍ତରେ ଆସି ଜିଲ୍ଲା ଖଣିଜ ପ୍ରତିÂାନ ପାଣ୍ଠିରୁ ୧୩,୨୧୫ କୋଟି ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଜିଲ୍ଲା ଖଣିଜ ପ୍ରତିÂାନ ପାଣ୍ଠିରୁ ୪୯,୪୪୩.୪୯ ଲକ୍ଷ ବ୍ୟୟରେ ନର୍ମାଣ ହୋଇଥିବା ୪୧ଟି ପ୍ରକଳ୍ପ ଲୋକାର୍ପିତ କରିଥିଲେ । ସୁନ୍ଦରଗଡ଼ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ନିର୍ମାଣ ହେଉଥିବା ଏନଟିପିସି ମେଡିକାଲ କଲେଜ ଖୁବ୍ ଶୀଘ୍ର ଲୋକଙ୍କୁ ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ବିଜୁ ବାବୁ ରାଉରକେଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିÂା କରାଇବାରେ ସଫଳ ହୋଇଥିଲେ । ସୁନ୍ଦରଗଡ଼ ଜିଲ୍ଲାକୁ ଏକ ଶିଳ୍ପାଞ୍ଚଳରେ ପରିଣତ କରିବା ତାଙ୍କର ଯେଉଁ ସ୍ପନ୍ନ ଥିଲା ତାହା ପୂରଣ ହୋଇ ପାରିଛି । ଆସନ୍ତା ୫ ତାରିଖରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରିବା ନେଇ ସେ ନିଜ ଭାଷଣରେ ଉଲ୍ଲେଖ କରିଥିଲେ ।
ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁÂିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ଉଦ୍ବୋଧନ ଦେଇ ହକି ଖେଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୭ଟି ବ୍ଲକରେ ଏଷ୍ଟେ୍ରାଟର୍ଫ ହକି ପଡିଆ ନିର୍ମାଣ କରିବେ ଓ ୨୦୨୩ ମସିହାରେ ରାଉରକେଲାରେ ହକି ବିଶ୍ୱ କପ୍ ମ୍ୟାଚ ଅନୁÂିତ ହେବ ବୋଲି କହିଥିଲେ । ସମ୍ବର୍ଦ୍ଧନା ସଭାରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ସୁନିତା ବିଶ୍ୱାଳ ଉଦ୍ବୋଧନ ଦେଇ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ପୂରଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ ଉଦ୍ବୋଧନ ଦେଇ ସୁନ୍ଦରଗଡ଼କୁ ସୁନ୍ଦର କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ସବୁ ଧର୍ମର ଧର୍ମଗୁରୁମାନେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ବର୍ଦ୍ଧନା ସଭା ଶେଷରେ ପଶ୍ଚିମ ଓଡିଶାର ପୂର୍ବତନ ଅଧ୍ୟ୍ୟକ୍ଷ ରାଜମାତା ପଦ୍ମନୀ ଶେଖରଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.