ଅନୁଗୋଳ: ମିସ୍ ୪୨୦ (ଚାରଶୋ ବିଶ୍)ଙ୍କ କଳା କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ତାଳଚେର ଅଞ୍ଚଳରେ ଜଣେ ସୁନ୍ଦରୀ ତରୁଣୀ ମିସ୍ ୪୨୦ କୁ ନେଇ ଚର୍ଚ୍ଚା ଜୋର ଧରିଛି।
ମିସ୍ ୪୨୦ କଲିଆରି ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କୁ ଚୂନକାଳି ମାରିଛନ୍ତି। ତାଙ୍କ ପାଖରୁ ୪ ଲକ୍ଷ ୫୭ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। କୌଶଳ କ୍ରମେ ତରୁଣୀ ଜଣକ ୩ଟି କିସ୍ତିରେ ଏଟିଏମ୍ ନମ୍ବର ଆଉ ଓଟିପି ନମ୍ବର ନେଇ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛି ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଅବସର ପ୍ରାପ୍ତ ଡାକ୍ତର ଜଣକ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି। ତରୁଣୀ ଜଣକ ଉଚ୍ଚଶିକ୍ଷିତା ଏବଂ ସେ ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଛନ୍ତି ବୋଲି କହି ଡାକ୍ତରଙ୍କୁ ଠକିଛି। ତେବେ ଡାକ୍ତର ଜଣକ ବାଘୁଆବୋଲ ଶିବ ମନ୍ଦିର ନିକଟରେ ରୁହନ୍ତି। ଅଭିଯୋଗ ପରେ ତାଳଚେର ପୋଲିସ ସମ୍ପୃକ୍ତ ତରୁଣୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ଏ ଘଟଣା କେତେ ଦୂର ସତ ତାହା ଏବେ ତଦନ୍ତ ସାପେକ୍ଷ।
Comments are closed, but trackbacks and pingbacks are open.