ଭୁବନେଶ୍ୱର, (ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବନ୍ଦ ହେବ ଏବର୍ଷ ରଥଯାତ୍ରା । ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ । ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡିବନି ରଥ । ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଜି ସୁପି୍ରମକୋର୍ଟରେ ଏହା ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ଜଣିଆ ଖଣ୍ଡପୀଠରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହୃଷିକେଶ ରୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି । କୋଟି କୋଟି ଭକ୍ତଙ୍କ ମନ ଭାଙ୍ଗିଦେଲା ସୁପ୍ରିମକୋର୍ଟ ରାୟ । କାଳିଆର ରଥ ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି କି ମହାପ୍ରଭୁଙ୍କୁ ଦେଖିବାକୁ ପୁରୀ ଯାଇପାରିବନି ଭକ୍ତ । କରୋନା ପାଇଁ ଜୁନ୍ ୨୩ ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିବ । ଜୋରସୋରେ ରଥ ନିର୍ମାଣ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଛନ୍ତି । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ , ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ ବୋଲି ଜଷ୍ଟିସ୍ ବୋବଡେ଼ କହିଛନ୍ତି । କେବଳ ପୁରୀ ନୁହେଁ , ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏଭଳି ସ୍ଥିତିରେ ରଥଯାତ୍ରା ହେଲେ ସାମାଜିକ ଦୂରତା ନିୟମ ଭଙ୍ଗ ହେବା ସହ କରୋନା ସଂକ୍ରମଣ ଆହୁରି ବେକାବୁ ହେବାର ଆଶଙ୍କା ରହିଛି । ତେଣୁ ସୁପ୍ରିମକୋର୍ଟ ଏସବୁ କଥାକୁ ବିଚାରକୁ ନେଇ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରିବାକୁ କହିଛନ୍ତି । ଆସନ୍ତା ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁÂିତ ହେବାର ଥିଲା । ଏଥିପାଇଁ ସବୁ ପ୍ରକାରର ପରମ୍ପରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଏପରିକି ମହାପ୍ରଭୁଙ୍କ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।
Comments are closed, but trackbacks and pingbacks are open.