ସୁବର୍ଣ୍ଣପୁରରେ ୨୦ରୁ ଧାନକିଣା ଆରମ୍ଭ

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ): ଚଳିତ ଖରିଫ ୨୦୨୦-୨୧ ବର୍ଷ ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଛି । ଜିଲ୍ଲାର ମୋଟ ୬୨ଟି ପ୍ୟାr ଏବଂ ୩୮ଟି ମହିଳା ଏସ୍ଏଚ୍ଜି ଜରିଆର ଧାନ କ୍ରୟ କରାଯିବ । ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଉପସ୍ଥିତ ରହି ଜିଲ୍ଲାରେ ଚଳିତ ଖରିଫ ଧାନ କ୍ରୟ ଯେପରି ସୁରୁଖୁରୁ ଭାବେ ହୋଇ ପାରିବ ସେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡା ନିଦେ୍ର୍ଧଶ ଦେଇଥିଲେ । ସେହିପରି ଜିଲ୍ଲାର ମିଲର୍ସ ଓ ପ୍ୟr କର୍ମଚାରୀଙ୍କ ମଧ୍ୟରେ ଉଚିତ ସମନ୍ୱୟ ରହି ଚାଷୀ ଯେପରି ସହଜରେ ନିଜ ଅମଳ ଧାନକୁ ବିକ୍ରି କରି ପାରିବ ସେଇ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ତାଗିଦ୍ କରିଥିଲେ । ଏପରିକି କୃଷି ବିଭାଗ, ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ମଧ୍ୟରେ ମଧ୍ୟ ସମନ୍ୱୟର ଆବଶ୍ୟକତା ରହଛି ବୋଲି କହିଥିଲେ । ଅନ୍ୟପଟରେ ଧାନ କ୍ରୟ ସମୟରେ କଟ୍ନୀଛଟ୍ନୀ ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ମିଲର୍ସଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ମଧ୍ୟ ଏଥିରେ ଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ ବହୁ ପରିମାଣର ଧାନ ଉତ୍ପାଦନ ହୋଇଛି, ଏଣୁ ଧାନ ସବୁକୁ ଯେପରି ସୁରୁଖୁରୁ ଭାବେ ଚାଷୀ ବିକ୍ରି କରିପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ । ଓଡିଶା ଖାଦ୍ୟ ଯୋଗାଣ ନିଗମ ଜରିଆରେ ପ୍ରଥମ ପର୍ଯ୍ୟୟରେ ୨୩୦୫୮୮.୨୩୫ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୨ଟି ମିଲର୍ସ ଶତ ପ୍ରତିଶତ ସିଏମ୍ଆର୍ ଦେଇଛନ୍ତି । ଆସନ୍ତା ନଭେମ୍ବର ୨୦ ପର୍ଯ୍ୟନ୍ତ ଯେଉଁ ମିଲର୍ସ ଶତ ପ୍ରତିଶତ ସିଏମ୍ଆର୍ ଦେବେ ସେମାନେ ଧାନକ୍ରୟରେ ଭାଗ ନେଇପାରିବେ । ଏହାକୁ ଦୃଷ୍ଟିରେ ନେଲେ ଜିଲ୍ଲାର ୪୧ ଟି ମିଲର୍ସ ଧାନକ୍ରୟ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆଶା ରହିଛି । ସେହିପରି ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଧାନର ସର୍ବନିମ୍ନ ମୂଳ୍ୟ କ୍ୱିଣ୍ଟାଲ ପିଛା ୧୮୬୮ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ-ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୮୮ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ୫୫ ହଜାର ୭୦୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଂଜିକୃତ ହୋଇଛନ୍ତି । ପ୍ୟାr ଗୁଡିକରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ସମୟରେ ସମନ୍ୱୟ ରକ୍ଷା କରିବା ତଥା ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ତଧାରଖ କରିବା ପାଇଁ ପ୍ରତି ପ୍ୟାrରେ ଏକ କମିଟିକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଉପକରଣ, ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରି ମଣ୍ଡି ଖୋଲାଯିବା ପୂର୍ବରୁ ଉପଲବ୍ଧ କରାଇବା, ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆର୍ଏମ୍ସି ଗୁଡିକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ସମନ୍ୱୟ ରକ୍ଷାକରି ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । କୃଷି, ସମବାୟ ଓ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ଏହି କାର୍ଯ୍ୟ ନିୟମିତ ତଦାରଖ ସକାଶେ ନିୟୋଜିତ କରାଯିବା ସହ ତହସିଲଦାରମାନେ ମଣ୍ଡିଗୁଡିକ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନୁଧ୍ୟାନ କରିବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଆସନ୍ତା ନଭେମ୍ବର ୨୦ ତାରିଖରୁ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହେବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣପ୍ରସାଦ ସୂପକାର ଚଳିତ ଖରିଫ ଧାନ କ୍ରୟର ପ୍ରାରମ୍ଭିକ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଉଷା କୁମାରୀ, ପିଡିଡିଆରଡିଏ ଡୋଲାମଣି ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର ରଂଜନ କହଁର, ଡୁଙ୍ଗୁରିପାଲି ଆର୍ଏମ୍ସି ସମ୍ପାଦକ ଉଦିତ ବାବୁ, ଚାଷୀ ପ୍ରତିନିଧି ସୃଜନ ପଣ୍ଡା, ରାଜେନ୍ଦ୍ର ନାୟକ, ପ୍ରଶାନ୍ତ ହୋତା ପ୍ରମୁଖଙ୍କ ସହ ମିଲର୍ସ ପ୍ରତିନିଧି ଏବଂ ଅନ୍ୟାନ୍ୟ ଚାଷୀ ନେତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons