ସୁବର୍ଣ୍ଣପୁର ଜିଲ୍ଲାକୁ ଛୁଇଲା କରୋନା

Get real time updates directly on you device, subscribe now.

ବିନିକା,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ସୁବର୍ଣ୍ଣପୁର ଜିଲ୍ଲାର ଅଛନ୍ତି । ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାକୁ ଚୁଇଁଛି କରୋନା । ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଦରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୨୬ । ସେ ମେ’ ୧୭ ତାରିଖରେ ଗୁଜରାଟର ଅହମ୍ମଦାବାଦରୁ ଆସି ଗଜବନ୍ଦ ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇ ନଥିଲା । ହେଲେ ୧୯ ତାରିଖରେ ତାଙ୍କ ସ୍ୱାବ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଗଜବନ୍ଦ ସରପଞ୍ଚ ବଲ୍ଲଭ ଖେତୀ କହିଥିଲେ । ଏହାପରେ କ୍ୱାରେଣ୍ଟାଇନ ସେଣ୍ଟରକୁ ସିଲ କରି ଦିଆଯାଇଛି । ଏହି ସେଣ୍ଟରରେ ୩୭ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ଏହି ସେଣ୍ଟରରେ ଜଣେ ପଜିଟିଭ୍ ଚିହ୍ନଟ ପରେ ଆଜି ସକାଳେ ଏଠାରେ ଏସ୍ ରାମପୁର ପୋଲିସ, ଡୁଙ୍ଗୁରିପାଲି ମେଡିକାଲ ଟିମ୍ , ଏସ୍, ରାମପୁର ତହସିଲଦାର, ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଆସି ପହଞ୍ଚିଥିଲେ । ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ , ରାଜ୍ୟରେ ଏଯାବତ୍ ୧୫୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୮୬୧ ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons