ସୋନପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କ ପାଇଁ କେମୋଥେରାପୀ ଚିକିତ୍ସା ଆରମ୍ଭ ହୋଇଛି । କରୋନା ମାହାମାରୀ ସମୟରେ ଜିଲ୍ଲାର କର୍କଟ ରୋଗୀଙ୍କୁ ଅଯଥା ଖର୍ଚ୍ଚ କରି କଟକ, ଭୁବନେଶ୍ୱର କିମ୍ବା ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ, ପ୍ରତି ଜିଲ୍ଲା ଡାକ୍ତରଖାନଗୁଡିକରେ କେମୋଥାରାପୀ ପାଇଁ ୨୦୧୮ରେ ସରକାର ନିଷ୍ପତ୍ତି ନେଇଥିଲେ । ଏହାପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବରିÂ ଭେଷଜ ବିଶେଷଜ୍ଞ ଡ.ନରେନ୍ଦ୍ର ମେହେର ମୁମ୍ବାଇ ଏସିଆନ କ୍ୟାନ୍ସର ଇନଷ୍ଟିଚୁ୍ୟଟ୍ରେ ଏକ ମାସ ତାଲିମ ଗ୍ରହଣ କରିଥିଲେ । କିନ୍ତୁ ଏଠାରେ ଆବଶ୍ୟକ ସୁବିଧା ନଥିବାରୁ କର୍କଟ ଆକ୍ରାନ୍ତଙ୍କୁ କେମୋଥେରାପୀ ସମ୍ଭବ ହେଉ ନଥିଲା । ଏବେ କରୋନା ଯୋଗୁଁ ରୋଗୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଡ.ପ୍ରଦୀପ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ କେମୋଥେରାପୀ ଚିକିତ୍ସା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୪୧୦ଜଣ କର୍କଟ ଆକ୍ରାନ୍ତଙ୍କ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଛି । ୧୦ଜଣ ରୋଗୀଙ୍କୁ ଡ. ନରେନ୍ଦ୍ର ମେହେର କେମୋଥେରାପୀ ଚିକିତ୍ସା ଯୋଗାଇ ଦେଇଛନ୍ତି । ଆଗାମୀ ଦିନ ମଧ୍ୟ ଏହି ସେବା ନିରନ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.